ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ 🌹 10 Oct: World Mental Health Day

ଶାରୀରିକ ସ୍ବାସ୍ଥ୍ୟ ନିରୋଗେ ସୁନ୍ଦର
ଦୃଶ୍ୟମାନ ହୃଷ୍ଟପୁଷ୍ଟ,
ମାନସିକ ସ୍ବାସ୍ଥ୍ୟ ମନ ଓ ମସ୍ତିଷ୍କ
ଉତ୍ତମ ଧୀଶକ୍ତି ଦୃଷ୍ଟ ।

ବିଭିନ୍ନ ପ୍ରକାର ଆଘାତ ବିପଦ
ଅସଫଳ ଉତ୍ତେଜନ,
ଚିନ୍ତା-ଚାପଗ୍ରସ୍ତେ ମସ୍ତିଷ୍କ ବିକୃତେ
ମାନସ ଶକ୍ତି ହରଣ ।

ଅସୁସ୍ଥ ଅଚଳ ଅକାମୀ ହୁଅଇ
ଶିକ୍ଷା-ଦୀକ୍ଷା ବୁଦ୍ଧି-ଜ୍ଞାନ,
ସ୍ମରଣ ଶକ୍ତି ଯେ’ ହୋଇଥାଏ ନଷ୍ଟ
ପାଗଳ ହୁଅନ୍ତି ଜନ ।

ପ୍ରତିକାର ପ୍ରତି – ଷେଧକ ଚିକିତ୍ସା
ଦୃଢ଼ ମନୋବଳ ଧ୍ଯାନ,
ଏହି ଦୃଷ୍ଟେ ବିଶ୍ବ ମାନସିକ ସ୍ବାସ୍ଥ୍ୟ
ସଂଘର ଅନୁଶୀଳନ ।

ଦଶ ଅକ୍ଟୋବର ଊଣେଇଶ ଶହ
ବୟାନବେ’ରୁ ଗଣନ,
ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ’ ଯେ’
ସ୍ଵତନ୍ତ୍ର ଚିକିତ୍ସା ଧ୍ୟାନ ।

ସମାଜ ବ୍ୟବସ୍ଥା ହୋଇଲେ ହୀନସ୍ତା
ଜନେ ହୁଅନ୍ତି ହତାଶ,
ଅତ୍ୟାଚାର ସହ୍ୟ କରି ନ ପାରିଣ
ହରାନ୍ତି ଶକ୍ତି-ମାନସ ।

ଦୁଃଖ ମର୍ମାହତ ଦୁର୍ଘଟନା ଅବା
ଦୁଶ୍ଚିନ୍ତା’ରେ ଥିବା ଜନ,
ଧୀରେ ଧୀରେ ଅବା ହଠାତ ମସ୍ତିଷ୍କ
ଆକ୍ରାନ୍ତେ ହରାଏ ଜ୍ଞାନ ।

ପ୍ରତିଷେଧ ଅବା ନିରାକରଣ’ରେ
ଶୁଭ ଅଧ୍ୟାତ୍ମ୍ୟ ଜୀବନ,
ସମାଜ ବ୍ୟବସ୍ଥା ଅବା ପରିବେଶ
ସ୍ବଚ୍ଛ ନିର୍ମଳ ଶୋଭନ ।

ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ
ଉଭୟ ପରିପୂରକ,
ଯୋଗ ଓ ବ୍ୟାୟାମ ଭଜନ-କୀର୍ତ୍ତନ
ସୁସ୍ବାସ୍ଥ୍ଯ ପାରିତୋଷିକ ।

ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ’ରେ
ଶାନ୍ତି ଶୁଭେଚ୍ଛା ଜ୍ଞାପନ,
ଚିକିତ୍ସା ବ୍ୟବସ୍ଥା ଅଗ୍ରଗତି ବଳେ
ସୁସ୍ଥ ହେଉ ଜନ-ମନ ।

Leave a Reply

Your email address will not be published. Required fields are marked *