ରାଜଗାଙ୍ଗପୁର :- ଦର୍ଲିପାଲି ଏନଟିପିସି ରୁ ନିର୍ଗତ ବର୍ଜ୍ୟବସ୍ତୁ ଫ୍ଲାଇଆସରେ ପୋତି ହେବାକୁ ବସିଲାଣି ସାରା ଜିଲ୍ଲା ତାହାକୁ ନିୟମ ଅନୁସାରେ ନିର୍ଦ୍ଧିଷ୍ଟ ଦମ୍ପୟାର୍ଡ କିମ୍ବା ଲେଭଳିଂ କାମରେ ବ୍ୟବହାର କରିବା ଥିଲେ ମଧ୍ୟ ଅବୈଧ ଭାବରେ ଜଙ୍ଗଲ ଜମି ହେଉ କି ଚାଷ ଜମି ସବୁଠି ଫ୍ଲାଇଆସ, ଏହା ଫଳରେ ଦୂଷିତ ହେଉଛି ଜଳ, ମାଟି ଓ ବାୟୁ, ଏନେଇ ଜିଲ୍ଲାବାସୀ ଦର୍ଲିପାଲି ଯାଦୁଗର ଛକରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
୧. ଅବୈଧ ଫ୍ଲାଇଆସ ଡମ୍ପିଂ ନେଇ ବିଭିନ୍ନ ଗ୍ରାମବାସୀଙ୍କ ସମେତ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅନେକ ଥର ଏନଟିପିସି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଜଣାଇଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ତଥା ଫ୍ଲାଇଆସ।ମାଫିଆଙ୍କ ରାଜୁତି ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସରକାରୀ ଜଙ୍ଗଲ ଜମି ହେଉ କି ଚାଷ ଜମି ବେଧଡକ ପୋତି ଚାଲିଛନ୍ତି ଫ୍ଲାଇ ଆସ।ତେବେ ଏନେଇ ଆଜି ବିଜେପି ଜିଲ୍ଲା ସଭାପତି ଗିରିଶ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ଦର୍ଲିପାଲି ଯାଦୁଗର ଛକରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଯାହା ଫଳରେ ଆସ ପରିବହନ ଏକ ପ୍ରକାର ଠପ୍ ହୋଇଯାଇଛି,ଶହ ଶହ ଫ୍ଲାଇ ଆସ ବୋଝେଇ ଗାଡ଼ି ଅଟକି ରହିଛି।
୨- ଏନଟିପିସି ରୁ ନିର୍ଗତ ବର୍ଜ୍ୟବସ୍ତୁ ତଥା ଫ୍ଲାଈ ଆସ ଦମ୍ପିଂ କେବଳ ପରିବେଶ ନୁହେଁ ମାନବ ଜୀବନ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି ଯାହାକି ଜିଲ୍ଲାବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଥିବା ବେଳେ ମାଫିଆ ମାନେ ବେନିୟମ ଭାବେ ରାତି ଅଧରେ ରାସ୍ତା କଡ଼ରେ ,ଚାଷ ଜମି ରେ,ନଦୀ କଡ଼ରେ ଓ ଏପରିକି ଜଙ୍ଗଲ ଜମି ରେ ପକାଇ ଦେଉ ଥିବା ଦେଖିବାକୁ ମିଳିଛି,ଆସ ରେ ଥିବା ଭାରତ୍ଵ ଧାତୁ ଯେପରିକି ମାର୍କ୍ୟୁରି,କାଦୀୟମ,ଆର ସେନିକ ଭଳି ବିଷାକ୍ତ ତତ୍ତ୍ଵ ମାଟି ଓ ପାଣିରେ ମିଶି ଚାଷ ଓ ପାଣି ସମ୍ପଦକୁ ଦୂଷିତ କରେ। ଏଦିଗରେ ଏନ ଟି ପି ସି କମ୍ପାନୀ କିମ୍ବା ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା ସାଜିଛନ୍ତି ଯାହାକୁ ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧୁଛି।ଏନେଇ ବିଜେପି ଜିଲ୍ଲା ସଭାପତି ଗିରିଶ ଚନ୍ଦ୍ର ସାହୁ ଗତ ୨୨/୯/୨୫ ରେ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇବାର ଦଶ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ,ଫଳରେ ଆଜି ବାଧ୍ୟ ହୋଇ ଆସ ପରିବହନକୁ ବନ୍ଦ କରିବା ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଏଫ୍ ଭି ଓ – ତେବେ ବିଭିନ୍ନ ଗ୍ରାମବାସୀଙ୍କ ସମେତ ଜିଲ୍ଲା ବିଜେପି ପକ୍ଷରୁ ଏହି ଅବୈଧ ଫ୍ଲାଈ ଆସ ଡ ମ୍ପିଂ ରୋକାଜିବା ସହ ମାଫିଆଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି, ଅନ୍ୟପଟେ ସରକାରୀ ବିଭାଗ ଓ ମାନବ ଜୀବନର ଦୁର୍ଦ୍ଦଶା।ଉପରେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।ଏନେଇ ଲେଫ୍ରିପଡ଼ା ତହସିଲଦାର ଙ୍କ ପ୍ରତିକ୍ରିୟା ନେବାରୁ କହିଥିଲେ ଏହାର ଏକ ଏକ୍ସନ୍ ପ୍ଲାନ୍ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର