
ବାରିପଦା(କ:ବ୍ଯୁ) ୧୦/୧୦: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ବନାନୀ’ର ଲୋକାର୍ପଣ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥିଙ୍କ ଦ୍ୱାରା ହୋଇଯାଇଛି । କୁଳପତିଙ୍କ ପ୍ରକୋଷ୍ଟରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ, ‘ବନାନୀ’ର ମୁଖ୍ୟ ସମ୍ପାଦକ ସଂସ୍କୃତ ବିଭାଗର ପ୍ରଫେସର ହୀରାଲାଲ ଦାଶ, ସମ୍ପାଦନା ମଣ୍ଡଳୀର ଅନ୍ୟ ସଭ୍ୟଗଣ ଉପସ୍ଥିତ ଥିଲେ । ସମ୍ପାଦନା ମଣ୍ଡଳୀରେ କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ପ୍ରଫେସର ଡ. ସ୍ୱରୂପାନନ୍ଦ ବିଷୟୀ, ସାନ୍ତାଳୀ ବିଭାଗର ସହକାରୀ ପ୍ରଫେସର ଡ. ଯତୀନ୍ଦ୍ରନାଥ ବେଶ୍ରା, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା, ଡ. ବିଚିତ୍ରନାଥ ସାହୁ ଓ ବନ୍ୟପ୍ରାଣୀ ବିଭାଗର ସହକାରୀ ପ୍ରଫେସର ଡ. ଶୁଭାନୀ ରଥଙ୍କ ସମ୍ପାଦନାରେ ଏହି ମୁଖପତ୍ରର ବାର୍ଷିକ ସଂଖ୍ୟାରେ ଓଡ଼ିଆ ଭାଷାରେ ଚାଳିଶିଟି ଲେଖା, ହିନ୍ଦୀ ଭାଷାରେ ସାତୋଟି, ସଂସ୍କୃତ ଭାଷାରେ ତିନୋଟି, ଇଂରାଜୀ ଭାଷାରେ ତିରିଶଟି ଓ ସାନ୍ତାଳୀ ଭାଷାରେ ଚାରୋଟି ଲେଖା ପ୍ରକାଶ ପାଇଛି । କୁଳପତି ପ୍ରଫେସର ଶତପଥି ବିଶ୍ୱବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ବନାନୀ’ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଜନଶୀଳତାର ଅନ୍ୟତମ ନିଦର୍ଶନ ବୋଲି ଅଭିହିତ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)