ବାରିପଦା-ଉଦଳା(କ:ବ୍ଯୁ) ୪/୧୦/୨୦୨୫ (ପି ଏନ୍ ଏସ )ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ରେ କେନ୍ଦ୍ରିୟ ବିଦ୍ୟାଳୟ ଖୋଲିବାକୁ ବହୁ ଦିନର ସ୍ବପ୍ନ ପୁରଣ ହୋଇଛି ।ସଦ୍ୟ କେନ୍ଦ୍ର କ୍ୟାବିନେଟ୍ ରେ ପାରିତ ହୋଇ ୫୭ ଗୋଟି କେନ୍ଦ୍ରିୟ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇ ଓଡ଼ିଶାକୁ ୬ ଟି କେନ୍ଦ୍ରିୟ ବିଦ୍ୟାଳୟ ଦଶହରା ଭେଟି ଦେଇଛନ୍ତି । ଗୁଧିମରା ମ୍ୟୈଜାରେ ୧୦ ଏକର ଜମି ପ୍ରଶାସନ ତରଫ ରୁ ପ୍ରଦାନ କରାଯାଇଛି ।ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା କେନ୍ଦ୍ରିକ ବିଦ୍ୟାଳୟ ଖୋଲା ଯିବାକୁ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ୧୩ /୭ /୦୨୫ ରିଖ ଆଶି ଥିଲେ । ୨୦୧୯ମସିହ ରୁ ଚେଲେଞ୍ଜ ମେଥଡ ରେ କରାଯିବାକୁ ଉଦ୍ୟମ ହୋଇ ଥିଲା । ତଥାପି ବିଧାୟକ ଭାସ୍କର ଚନ୍ଦ୍ର ମଡ଼େଇ ଙ୍କ ଉଦ୍ୟମ ରେ ଉଦଳା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ କେନ୍ଦ୍ରିୟ ବିଦ୍ୟାଳୟ ଅସ୍ଥାୟୀ ଶ୍ରେଣି ଗୃହ ,ଶୌଚାଳୟ ଆଦି କାର୍ଯ୍ୟ ମାନ କରି ୨୦୨୪କେନ୍ଦ୍ର କ୍ୟାବିନେଟ୍ ରେ ପାରିତ ହୋଇନଥିଲା ।ପୁନଃ ରାୟ ବିଧାୟକ ହାତ ପାଣ୍ଠି ରୁ ୮୦ ଲକ୍ଷ ଟଙ୍କା ବ୍ୟୟ ରେ ମୁଖଶାଳା ବିଶାଳ ଫାଟକ, ଆନୁସଙ୍ଗିକ କାର୍ଯ୍ୟ ପାନୀୟ ଜଳର ନିୟମ ଅନୁଯାଇ ଆବସକୀୟ ସମସ୍ତ କାର୍ଯ୍ୟ ସମାପନ ହୋଇଥିବା କଥା ବିଧାୟକ ଭାସ୍କର ଚନ୍ଦ୍ର ମଡ଼େଇ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିଭାଗ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ସମସ୍ତ କଥା ଜଣାଇଥିଲେ ।କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିଭାଗ ସଚିବ ଉଚ୍ଚ କତ୍ତୃପକ୍ଷ କେନ୍ଦ୍ରିୟ ବିଦ୍ୟାଳୟ ସଂସ୍ଥାନ କମିଶନର ଙ୍କ ଦୃଷ୍ଟି ପଡିବା ସହିତ ଉଚିତ ପଦକ୍ଷେପ ନେଇଥିବା ରୁ ଵୁଦ୍ଦିଜିଵି ଓ ସାଧାରଣ ଜନତା ମହାମହିମ ମାନ୍ୟବର ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ, ବିଭାଗ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କୃତ୍ତଜ୍ଞତା ଜଣାଇବା ସହିତ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଡ଼େଇ ଓ ଲୋକସଭା ସାଂସଦ ନବ ଚରଣ ମାଝି ଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । ଉଦଳା ର ବିଭିନ୍ନ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆମେ ଭଞ୍ଜକଳାକାର କ୍ଲବ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)