“ଉଦଳା-ଏନ୍ ଏ ସି ପାଲଟିଲା ନିମ୍ନମାନ କାର୍ଯ୍ୟର ନମୁନା”

ବାରିପଦା-ଉଦଳା (କବ୍ଯୁ) ତା୦୪\୧୦\୨୦୨୫ ଉଦଳା ବିଜ୍ଞପିତ ଅଞ୍ଚଳ ପରିଷଦ ଦ୍ବାରା ହାଇସ୍କୁଲ ଛକରେ ଥିବା ଗଣେଶ ମାର୍କେଟ୍ କମ୍ପ୍ଲେକ୍ସ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କର ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥାପନର ନିଷ୍ପତ୍ତି ନିଆଯାଇଥିଲା।ସେଥିପାଇଁ ଓଡିଶାର ମାନ୍ଯବର ଗୃହ ନଗରଉନ୍ନୟନ ଏବଂ ସାର୍ବଜନୀନ ଉଦ୍ଯଗ ବିଭାଗ ମନ୍ତ୍ରୀ ଡା:କୃଷ୍ଣଚନ୍ଦ୍ର ମହାପାତ୍ର ତାଙ୍କ କରକମଳରେ ଉନ୍ମୋଚନ କରିବାର ସଦୟ ସ୍ବୀକୃତି ପ୍ରଦାନ କରିଥିବାରୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏନ୍ ଏ ସି ର ଦକ୍ଷ ଇଁଞ୍ଜିନୀୟର ମାନେ ପର୍ଯ୍ଯାପ୍ତ ପରିମାଣର ସରକାରୀ ଅର୍ଥ ଖର୍ଚ କରି ସ୍ବର୍ଗତ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରଶସ୍ତ ପ୍ରବେଶ ପଥ ସହିତ କ୍ଷେତ୍ର ନିର୍ମାଣ କରିଥିଲେ।ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଗତତା୨୫\୧୨\୨୦୨୪ରିଖରେ ମନ୍ତ୍ରୀ ଡ:କୃଷ୍ଣଚନ୍ଦ୍ର ମହାପାତ୍ର ତାଙ୍କ
କରକମଳରେ ଉନ୍ମୋଚନ କରିଥିଲେ।ମାତ୍ର ପରିତାପର ବିଷୟ ଯେ ଉନ୍ମୋଚନ ତାରିଖଠାରୁ ଅଦ୍ଯାବଧି ପ୍ରାୟ ୯(ନଅ)ମାସ ଅତିକ୍ରମ କରି ସାରିଲା ବେଳକୁ ଉଦଳା ଏନ୍ ଏ ସି କର୍ତ୍ତୃପକ୍ଷଙ୍କ ଦକ୍ଷ ଇଞ୍ଜିନିୟର ମାନେ ସ୍ବର୍ଗତ ଭାରତର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେଯୀ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିର୍ମାଣ କରିଥିବା କ୍ଷେତ୍ରର ପ୍ରସସ୍ତ ପ୍ରବେଶ ପଥର ମୁଖ୍ୟାଂଶ ଟି ଦୀର୍ଘଦିନ ହେବ ଭୁସୁଡି ପଡିଥିଲେ ମଧ୍ଯ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ପାରିଲା ନାହିଁ।ଏଣୁ ଦୂଇ ଚକିଆ ଜାନ,ସାଇକେଲ,ପାଦଚଲା ଲୋକଙ୍କ ଯତାୟାତରେ ବାଧା ସୃଷ୍ଟି କରୁଥିବାରୁ ଗଣେଶ ମାର୍କେଟ କମ୍ପ୍ଲେକ୍ସକୁ ଗ୍ରାହକମାନଙ୍କ ଗମନା ଗମନ ହ୍ରାସ ପାଉଥିବାରୁ ସେମାନଙ୍କ କ୍ରୟ ବିକ୍ରୟ ରେ ବାଧା ସୃଷ୍ଟି ହୋଇ ରୋଜଗାର ଉପରେ ପ୍ରଭାବ ପକାଇଲାଣି। ଏଣୁ ଭୁସୁଡି ପଡିଥିବା ଉକ୍ତ ପ୍ରବେଶପଥକୁ ଅଗ୍ରାଧିକାର ଭିତ୍ତିରେ ପୁନଃ ନିର୍ମାଣ ପାଇଁ ସାଧାରଣରେ ଦାବୀ ହେଉଅଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *