


ପାରାଦ୍ଵୀପ : ପାରାଦ୍ଵୀପ ପୌର ପରିଷଦ ତରଫରୁ ପାରାଦୀପ ଉପ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତି ମୂର୍ତ୍ତୀ ନିକଟରେ ଗାନ୍ଧୀ ଜୟନ୍ତୀ ଅବସରର ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ଙ୍କ ପୌରହିତରେ ଏକ ସାଧାରଣ ସଭା ଅନୁଷ୍ଠିତ କରାଯାଇ ଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବିଧାୟକ ତଥା ଓଡ଼ିଶା ସରକାର୍ ଙ୍କର୍ ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇ ପ୍ରଥମେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତି ମୂର୍ତ୍ତୀରେ ପୁଷ୍ପାଞ୍ଜଳି ଅର୍ପଣ କରି ଥିବା ବେଳେ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ମଧ୍ୟ ପୁଷ୍ପାଞ୍ଜଳି ଅର୍ପଣ କରି ଥିବା ଦେଖା ଯାଇଥିଲା l ଏହି ଉତ୍ସବ ରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ଶ୍ରୀ ପି ଏଲ ହରନାଦ ଯୋଗ ଦେଇ ଥିବା ବେଳେ ପାରାଦୀପ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପ୍ରମୁଖ ଯୋଗ ଦେଇ ଗାନ୍ଧୀ ଜୟନ୍ତୀ ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ l ଏହି ସଭାରେ ପାରାଦୀପ ପୌର ପରିଷଦ ର ବହୁ ପରିଷଦ ମାନେ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା l ଏହି ଗାନ୍ଧୀ ଜୟନ୍ତୀ ଅବସରରେ ଗତ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟେlବର୍ ଦୁଇ ଗାନ୍ଧି ଜୟନ୍ତୀ ପର୍ୟ୍ୟନ୍ତ ସ୍ଵଛ ଭାରତ କାର୍ଯ୍ୟ କ୍ରମ ଚାଲୁ ରହିଥିବା ବେଳେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱୋଛ ସାଥି ମାନଙ୍କ କାର୍ଯ୍ୟ କଳାପ କୁ ନେଇ ସମସ୍ତଙ୍କୁ ପୁରସ୍କୁତ କରାଯାଇ ଥିଲା l ଏହି ଉତ୍ସବ ରେ ବହୁ ସ୍ଵଛସାଥି ଯୋଗ ଦେଇ ଥିବା ବେଳେ ପାରାଦୀପ ର ବହୁ ଜନସାଧାରଣ ମଧ୍ୟ ଯୋଗଦେଇ ଥିବା ଦେଖିବାକୁ ମିଳିଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ୍