୫ରେ ଯାଜପୁର ୟୁନାଇଟେଡ ଚେସ ଆସୋସିଏସନ୍ ର ନିର୍ବାଚନ।

ଚଣ୍ଡିଖୋଲ ୨୯/୯(କ ଵ୍ୟୁ) ଯାଜପୁର ଜିଲ୍ଲାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ଯାଜପୁର ୟୁନାଇଟେଡ ଚେସ ଆସୋସିଏସନ୍ ର ନିର୍ବାଚନ ଆଗାମୀ ଅକ୍ଟୋବର ୫ ତାରିଖରେ ଅନୁଷ୍ଟିତ ହେବ। ସଭାସତି, ଦୁଇଜଣ ଉପ ସଭାପତି ଜଣେ ସଂପାଦକ, ଦୁଇଜଣ ସହ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ସମେତ ଛ ଜଣ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟ  ସଭ୍ୟ ଙ୍କୁ ନିର୍ବାଚିତ କରିବା ପାଇଁ ଏହି ନିର୍ବାଚନ ଅନୁଷ୍ଟିତ ହେବ।ଚଣ୍ଡିଖୋଲ ଗାନ୍ଧୀଛକସ୍ଥିତ  କାଲାମ ଇନ୍ ଷ୍ଟୀ ଚୁସନ୍ ଠାରେ ଏହି ନିର୍ବାଚନ ଅନୁଷ୍ଟିତ ହେବ ବୋଲି ନିର୍ବାଚନ ଅଧିକାରୀ ଆଡଭୋକେଟ କୁମର ପ୍ରାସାଦ ବେହେରା ଜଣାଇ ଛନ୍ତି। ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ତାରିଖ ଥିବା ବେଳେ କେବଳ ସମ୍ପାଦକଙ୍କୁ ଛାଡ଼ି ଆଉ ସମସ୍ତ ପଦବୀ ନିର୍ଦ୍ଵନ୍ଦରେ ନିର୍ବାଚିତ ଘୋଷିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ବେହେରାଙ୍କ ପ୍ରକାଶ କରିଛନ୍ତି। ଅଲ ଓଡ଼ିଶା ଚେସ ଆସୋସିଏସନ୍ ଦ୍ବାରା ଅନୁବନ୍ଧିତ ଯାଜପୁର ୟୁନାଇଟେଡ ଚେସ ଆସୋସିଏସନ୍ ଯାଜପୁର ଜିଲ୍ଲାରେ ଚେସ ଖେଳର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ କରି ଆସୁଛି।

Leave a Reply

Your email address will not be published. Required fields are marked *