
ମାନବ ଜୀବନ ଅଟଇ ଦୁର୍ଲଭ
ଈଶ୍ୱର ସୃଷ୍ଟି ସୃଜନ,
କିନ୍ତୁ ସେ’ ମାନବ ଆଜନ୍ମ ମରଣ
ଭୋଗେ ରୋଗ-ବ୍ୟାଧି ଜାଣ ।
କର୍ମମୟ ଜନ ଜୀବନ ସଂଗ୍ରାମେ
ଝଡ଼ଝଞ୍ଜା ବ୍ଯତିବ୍ଯସ୍ତ,
ଖାଦ୍ଯ ପାନୀୟ ଓ ମନ୍ଦ ବାସସ୍ଥାନୁ
ବିଭିନ୍ନ ରୋଗେ କାକୁସ୍ଥ ।
ସ୍ବଚ୍ଛ ପରିବେଶ ବାସ ଓ ଆହାର
ଜୀବନ ପ୍ରତିଷେଧକ,
ପ୍ରତିକାର’ଠାରୁ ପ୍ରତିଷେଧକ ଯେ’
ଜନେ ଅତି ଆବଶ୍ୟକ ।
ସର୍ବ ରୋଗ-ବ୍ୟାଧି ନିରାକରଣ’ରେ
ଦଣ୍ଡାୟମାନ ବିଜ୍ଞାନ,
ଭେଷଜଜ୍ଞ’ମାନେ କରନ୍ତି ସଂକଳ୍ପ
ବଞ୍ଚାଇବାକୁ ଜୀବନ ।
ଡାକ୍ତର ବଇଦ ଭେଷଜବିଜ୍ଞାନୀ
ରାସାୟନିକ ପଦାର୍ଥ,
ବ୍ଯବହାରେ ସର୍ବ ଔଷଧ ପ୍ରସ୍ତୁତି
ରୋଗମାରଣେ ସମର୍ଥ ।
ଔଷଧ ପ୍ରସ୍ତୁତି କାର୍ଯ୍ୟେ ନିୟୋଜିତ
ବ୍ୟକ୍ତି-ବିଶେଷ ବରଣ,
ବିଶ୍ଵ ଭେଷଜଜ୍ଞ ଦିବସେ ଶୁଭେଚ୍ଛା
ଶ୍ରଦ୍ଧା-ସମ୍ମାନ ଜ୍ଞାପନ ।
ମାନବ ଜୀବନ ଅଟଇ ଦୁର୍ଲଭ
ଈଶ୍ୱର ସୃଷ୍ଟି ସୃଜନ,
କିନ୍ତୁ ସେ’ ମାନବ ଆଜନ୍ମ ମରଣ
ଭୋଗେ ରୋଗ-ବ୍ୟାଧି ଜାଣ ।
କର୍ମମୟ ଜନ ଜୀବନ ସଂଗ୍ରାମେ
ଝଡ଼ଝଞ୍ଜା ବ୍ଯତିବ୍ଯସ୍ତ,
ଖାଦ୍ଯ ପାନୀୟ ଓ ମନ୍ଦ ବାସସ୍ଥାନୁ
ବିଭିନ୍ନ ରୋଗେ କାକୁସ୍ଥ ।
ସ୍ବଚ୍ଛ ପରିବେଶ ବାସ ଓ ଆହାର
ଜୀବନ ପ୍ରତିଷେଧକ,
ପ୍ରତିକାର’ଠାରୁ ପ୍ରତିଷେଧକ ଯେ’
ଜନେ ଅତି ଆବଶ୍ୟକ ।
ସର୍ବ ରୋଗ-ବ୍ୟାଧି ନିରାକରଣ’ରେ
ଦଣ୍ଡାୟମାନ ବିଜ୍ଞାନ,
ଭେଷଜଜ୍ଞ’ମାନେ କରନ୍ତି ସଂକଳ୍ପ
ବଞ୍ଚାଇବାକୁ ଜୀବନ ।
ଡାକ୍ତର ବଇଦ ଭେଷଜବିଜ୍ଞାନୀ
ରାସାୟନିକ ପଦାର୍ଥ,
ବ୍ଯବହାରେ ସର୍ବ ଔଷଧ ପ୍ରସ୍ତୁତି
ରୋଗମାରଣେ ସମର୍ଥ ।
ଔଷଧ ପ୍ରସ୍ତୁତି କାର୍ଯ୍ୟେ ନିୟୋଜିତ
ବ୍ୟକ୍ତି-ବିଶେଷ ବରଣ,
ବିଶ୍ଵ ଭେଷଜଜ୍ଞ ଦିବସେ ଶୁଭେଚ୍ଛା
ଶ୍ରଦ୍ଧା-ସମ୍ମାନ ଜ୍ଞାପନ ।