ଠିକଣା ପଚାରି ଲୁଟିନେଲେ ମୋଟରସାଇକେଲ ଓ ମୋବାଇଲ

କେସିଙ୍ଗା ତା 24.09.25

ଲୋକ ସମସ୍ତେ ପର୍ବ ପର୍ବାଣୀ ରେ ବ୍ଯସ୍ତ ଥିଲାବେଳେ ଦୁର୍ବୁତ୍ତ ମାନେ କରିଦେଲେ କାଣ୍ଡ |ଠିକଣା ପଚାରି ଲୁଟିନେଲେ ବାଇକ୍ ଓ ମୋବାଇଲ ।ଏକ ଲୁହା ଛଡ଼ ସାହାର୍ଯ୍ୟରେ ମୁଣ୍ଡରେ ଆକ୍ରମଣ କରି ଫଟାଇଦେଲେ ମୁଣ୍ଡ ,ଲୁଟି ନେଲେ ବାଇକ୍ ଓ ମୋବାଇଲ ଫୋନ ,ଅଳ୍ପକେ ବର୍ଟିଲେ ଯୁବକ ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଲିମ୍ ଗାଁ ଅଞ୍ଚଳରେ ।ଘଟଣା ଅନୁଯାୟୀ ପୀଡ଼ିତ ଯୁବକ ଜଣକ ନିକଟସ୍ଥ ବେଲଗାଁ ବଜାର ରୁ କାମ ସାରି ନିଜ ଜଙ୍ଗଲ ରାସ୍ତା ଦେଇ ଗାଁ କୁ ଫେରୁଥିବା ବେଳେ ବାଟରେ ଦୁଇ ଜଣ ଯୁବକ ତାଙ୍କୁ ଅଟକାଇଥିଲେ ।ଅଟକାଇବା ସହିତ କୌଣସି ଏକ ଜାଗା ର ଠିକଣା ପଚାରିବା ବାହାନାରେ ତାଙ୍କ ମୁଣ୍ଡ କୁ ଆଘାତ କରିବା ସହ ଯୁବକ କୁ ଛାଡ଼ି ଦେଇ ତାଙ୍କ ବାଇକ୍ ଓ ମୋବାଇଲ ଫୋନ ଧରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।ଜଣେ ବାଇକ୍ ନେଇ ଯାଇଥିବା ବେଳେ ଆଉ ଜଣେ ଜଙ୍ଗଲ ଭିତରକୁ ଚାଲିଯାଇଥିବା କହିଛନ୍ତି ପୀଡ଼ିତା ଯୁବକ ।
ଯୁବକ ଜଣକ ପୋଲିସ ର ଦ୍ବାରସ୍ଥ ହୋଇଥିବା ବେଳେ ସଙ୍ଗେ ସଙ୍ଗେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଞ୍ଚଳ ରେ ରହୁଥିବା ବିଭିନ୍ନ ସି ସି ଟିଭି ଯାଞ୍ଚ କରିଥିବା ଜନା ପଡ଼ିଛି । ସି ସି ଟିଭି ରେ ଚୋର ଦେଖାଯାଉଥିବା ବେଳେ ବହୁତ୍ ଶୀଘ୍ର ଚୋରି ରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ।
ହେଲେ ଦିନ ଦୁଇ ପହରେ ଏଭଳି ଆକ୍ରମଣ ଓ ଚୋରି ଘଟଣାକୁ ନେଇ ଲୋକଙ୍କ ମନରେ ଭୟ ର ବାତା ବରଣ ଦେଖିବାକୁ ମିଳିଛି । କଣ ସିସି ଟିଭି ଫୁଟେଜ ଅନୁସାରେ ଲୁଟେରା ଧାରା ପଡିବେ ?

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *