ରାଷ୍ଟ୍ରୀୟ ସେବା ଯୋଜନା ଦିବସ

ଶୁଭ ଚିନ୍ତନରେ ଆମ ସମ୍ବିଧାନେ
ଧାରାମାନ ପ୍ରଣୟନ,
ବିଭିନ୍ନ ସ୍ତରରେ ସେବା ଉପଲବ୍ଧ
ବଞ୍ଚିବା ପାଇଁ ଜୀବନ ।

ଶିକ୍ଷା ଠାରୁ ସ୍ବାସ୍ଥ୍ୟ ଆଜନ୍ମ ମରଣ
ସର୍କାରୀ ସେବା ଯୋଜନ,
ସେବା ପ୍ରାପ୍ତି ସାଥେ କର୍ମ କର୍ତ୍ତବ୍ୟ’ରେ
ରାଷ୍ଟ୍ର ବିକାଶରେ ଧ୍ୟାନ ।

ବନ୍ଧବାଡ଼’ଠାରୁ ରାସ୍ତାଘାଟ ଆଉ
ପରିବେଶର ଶୋଭନ,
ହସ୍ତଶିଳ୍ପ’ଠାରୁ କୃଷି ବିକାଶରେ
ଯୋଜନା ଯେ’ ପ୍ରଣୟନ ।

ସର୍କାରୀ ଯୋଜନା ସର୍କାରୀ ଦୁର୍ନୀତି
ଆହାଃ କି କଥା ଦାରୁଣ ?
ଯୋଜନାର ଅର୍ଥ କାଗଜ କଲମେ
ଅଥବା ବାଟମାରଣ !!

ଚତୁର୍ଥ ସ୍ତମ୍ଭର କର୍ମ କର୍ତ୍ତବ୍ଯରେ
ଦୁର୍ନୀତି ଅନାବରଣ,
ପାପୀ ଦୁଷ୍କର୍ମୀଙ୍କୁ ଉଚିତ ଦଣ୍ଡରେ
ହେଉ ସଦା ଆନ୍ଦୋଳନ ।

ହେଉ ସଚେତନ ଯେ’ ରାଷ୍ଟ୍ରୀୟ ସେବା
ଯୋଜନା ଦିବସ ମାନ,
ସରସ ସୁନ୍ଦର ମାନବ ସମାଜେ
ସର୍ବେ ଭବନ୍ତୁ ସୁଖିନଃ ।

Leave a Reply

Your email address will not be published. Required fields are marked *