ଜିଲ୍ଲାସ୍ତରୀୟ ଅଙ୍ଗୀକାର ଶିବିର ଉଦଘାଟିତ

ରାୟଗଡ଼ା-(ଅଜୟ ରଥ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ଅନ୍ତର୍ଗତ ଜିଲ୍ଲାସ୍ତରୀୟ “ଅଙ୍ଗୀକାର” ଶିବିର ଉଦଘାଟନ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହିତାଧୀକାରୀ ତଥା ନୂତନ ଭାବେ ଆବାସ ଯୋଜନାରେ ପକ୍କା ଘର ପାଇଁ ଆବେଦନ କରିଥିବା ହିତାଧୀକାରୀ ମାନଙ୍କୁ ସରକାରଙ୍କ ଦ୍ଵାରା ପ୍ରଦତ୍ତ ବିଭିନ୍ନ ଲୋକାଭିମୁଖୀ ଯୋଜନା ଯଥା ପି.ଏମ ସ୍ୱନିଧି, ପି.ଏମ ବିଶ୍ଵକର୍ମା, ଗୋପବନ୍ଧୁ ଜନ ଆରୋଗ୍ୟ,ପି.ଏମ ସୂର୍ଯ୍ୟଘର ଯୋଜନା ବିଷୟରେ ଅବଗତ କରାଇବା ତଥା ଲାଭ ଉଠାଇବା ପାଇଁ ଏହାର ଆୟୋଜନ ହୋଇଥିଲା। ଏହି ଶିବିର ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ ଯୋଗଦାନ କରିଥିଲେ । ଏଥିସହିତ ରାୟଗଡ଼ ବ୍ୟାଙ୍କ୍ ଗୁଡ଼ିକର ପ୍ରମୁଖ ଜିଲ୍ଲା ପରିଚାଳକ ଏବଂ ବିଭିନ୍ନ ସରକାରୀ ତଥା ପ୍ରାଇଭେଟ୍ ବ୍ୟାଙ୍କ ଅଧିକାରୀ, ଟାଟା ପାୱାର ଦକ୍ଷିଣ ଡିଭିଜନ ଇଞ୍ଜିନିୟର , ଟିମ୍ ଲିଡ ଡୁଡା, ଗୁଣୁପୁର ଏବଂ ଗୁଡ଼ାରୀ ପୌର ପରିଷଦ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ଏହାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *