ରାୟଗଡ଼ ପୌର ପରିଷଦ ଆନୁକୂଲ୍ୟରେ “ସ୍ବଚ୍ଛତା ହିଁ ସେବା -୨୦୨୫” ଜିଲ୍ଲା ସ୍ତରୀୟ ସଚେତନତା କାର୍ଯକ୍ରମ

ରାୟଗଡ଼ : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୨୧୯୪୭ ତା ୧୬/୯/୨୦୨୫ କୁ ଭିତ୍ତି କରି ରାୟଗଡ଼ ପୌର ପରିଷଦ ଆନୁକୂଲ୍ୟରେ “ସ୍ବଚ୍ଛତା ହିଁ ସେବା -୨୦୨୫” ଜିଲ୍ଲା ସ୍ତରୀୟ ସଚେତନତା କାର୍ଯକ୍ରମ ଆରମ୍ଭ କରାଯାଇଅଛି। ଏହି ସଚେତନତା କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ ତାରିଖ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସଚେତନତା କାର୍ଯ୍ୟ କ୍ରମ ଅଧୀନରେ ପରିମଳ ଏବଂ ସ୍ବଚ୍ଛତା ବଜାୟ ରଖିବା ପାଇଁ ବିଭିନ୍ନ କାର୍ଯ୍ୟ କ୍ରମ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ କରାଯିବ ।ଆଜି ଦିବା ୮.୦୦ ଘଟିକା ସମୟରେ ୱାର୍ଡ ନମ୍ବର ୩ ଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା “ବର୍ଯ୍ୟ ବସ୍ତୁ ପରିଚାଳନା କେନ୍ଦ୍ର” ଠାରେ “ଏକ ପେଡ ମା କେ ନାମ” କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ସମ୍ମାନନୀୟ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି ଯୋଗଦାନ କରି ନିଜ ହସ୍ତରେ ବୃକ୍ଷ ରୋପଣ କରିଥିଲେ । ଏଥି ସହିତ ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ଡୁଡ଼ା ରାୟଗଡ଼ ଶ୍ରୀ ଅଖୟ କୁମାର ଖେମୁଣ୍ଡ , ରାୟଗଡ଼ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟନାୟକ, ପୌର ଉପାଧ୍ୟକ୍ଷା , ପାରିଷଦବର୍ଗ, ଜିଲ୍ଲା ବନଖଣ୍ଡ ଅଧିକାରୀ, ଜିଲ୍ଲା ମହିଳା ମହାବିଦ୍ୟାଳୟର ଛାତ୍ରୀ ବୃନ୍ଦ, କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସମସ୍ତ ପୌର କର୍ମଚାରୀ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *