ଜିତେଜିତେ ରକ୍ତଦାନ ଜାତେଜାତେ ନେତ୍ରଦାନର ନାରାଦେଇ ସଚେତନ ବାର୍ତ୍ତା

ରାୟଗଡା :-ସୁରେନ୍ଦ୍ର ରଥ- ସମଦୃଷ୍ଟି କ୍ଷମତା ବିକାଶ ଏବଂ ଅନୁସନ୍ଧାନ ମଣ୍ଡଳ (ସକ୍ଷମ ) ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏକ ବିବିଧକ୍ଷେତ୍ର | ସକ୍ଷମ ଏକହି ମାତ୍ର ଏପରି ସଂଗଠନ ଭାରତରେ ଯୋଉ ସଂଗଠନ ସମସ୍ତ ୨୧ ପ୍ରକାରର ଦିବ୍ୟାଙ୍ଗ ମାନଙ୍କ ପାଇଁ ସାମାଜିକ, ସାଂସ୍କୃତିକ, କ୍ରୀଡା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାବଲମ୍ବନ କରିବା କ୍ଷେତ୍ରରେ ଭାରତର ସମସ୍ତ ରାଜ୍ୟରେ କାମ କରୁଛି | ସେଇପରି ଓଡିଶା ପଶ୍ଚିମ ପ୍ରାନ୍ତର ଅଧୀନରେ ଆସୁଥିବା ୧୪ ଟି ଜ଼ିଲ୍ଲାରେ ଦିବ୍ୟାଙ୍ଗ ସଶକ୍ତିକରଣ ଉଦେଶ୍ୟରେ ସକ୍ଷମ ନିରନ୍ତର କାମ କରିଆସୁଛି |
ବର୍ତ୍ତମାନ ସାରା ଭାରତରେ ସକ୍ଷମର ଏକ ଅନିର୍ଵାର୍ଯ୍ୟ କାର୍ଯ୍ୟ “ରାଷ୍ଟ୍ରୀୟ ନେତ୍ରଦାନ ଜାଗୃତି ପଖୱାଡା” ମାଧ୍ୟମରେ ଜିତେଜିତେ ରକ୍ତଦାନ ଜାତେଜାତେ ନେତ୍ରଦାନର ସଚେତନତା କାର୍ଯ୍ୟକ୍ରମ ଚାଲିଛି | ଆଜି ରାୟଗଡା ନଗରର ଗାୟତ୍ରୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସକ୍ଷମ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା | ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଜୀବନର ଅନ୍ତ ପରେ ନେତ୍ରଦାନର ମହତ୍ୱ କଣ ସକ୍ଷମର ପ୍ରାନ୍ତ ସଂରକ୍ଷକ ଡକ୍ଟର ବାଦଲ କୁମାର ତା ବୁଝାଇ ସମାଜରେ ଏହି ବାର୍ତ୍ତାକୁ କିପରି ପହଞ୍ଚାଇ ହେବ ତାହାର ମାର୍ଗଦର୍ଶନ ଦେଇଥିଲେ | ସେଇପରି ପ୍ରାନ୍ତ ସଚିବ ଶ୍ୟାମ କୁମାର ଦାଶ ପିଲାଙ୍କୁ ବିଭିନ୍ନ ଉଦାହରଣ ଓ ଗୀତ ମାଧ୍ୟମରେ ଭାରତରେ ବଢୁଥିବା ଦୃଷ୍ଟିହୀନଙ୍କ ସଂଖ୍ୟା କିପରି କମାଇହେବ ଏବଂ ତାହାର ଏକମାତ୍ର ଅସ୍ତ୍ର ହଉଛି ମୁର୍ତ୍ୟୁପରେ ଚକ୍ଷୁଦାନ ଜାହା ଶ୍ରୀ ଦାଶ କହିଥିଲେ |
ଉକ୍ତ କାର୍ଯ୍ୟକ୍ରମରେ ଡକ୍ଟର ତା ଓ ଶ୍ରୀ ଦାଶଙ୍କ ସମେତ, ବିଦ୍ୟାଳୟର ଗୁରୁଜୀ ଶ୍ରୀକାନ୍ତ କୁମାର ରାଉତ ପରିଚାଳନା କରିଥିବା ବେଳେ ସଂଘର ଜ଼ିଲ୍ଲା ପ୍ରଚାର ପ୍ରମୁଖ ଏମ ବିଦ୍ୟା ସାଗର ଓ ଅନ୍ୟ ଗୁରୁମା ଗୁରୁଜୀ ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *