ଦ୍ୱାଦଶ ତମ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା

ଗୁଡାରି : ୦୯/୦୯() ଦ୍ୱାଦଶ ତମ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡାରି ଖେଳ ପଡିଆ ପରିସରରେ ଆରମ୍ଭ ହୋଇଛି l ଗୁଡାରି ବ୍ଲକ ର ୧୦ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛତ୍ରୀ ମାନେ ଏହି ପ୍ରତିଯୋଗିତା ରେ ଭାଗ ନେଇଛନ୍ତି l ପ୍ରଥମେ ବିଦ୍ୟାଳୟ ର ଛାତ୍ର ମାନେ ମଶାଲ ଯାତ୍ରା କରିଥିଲେ l ମୁଖ୍ୟ ଅତିଥି ଗୁଡାରି ଥାନା ଅଧିକାରୀ କ୍ରୀଡା ପତାକା କୁ ଉତ୍ତୋଳନ କରି କ୍ରୀଡା ଆରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ୨୦୦ମି,୪୦୦ମି,୮୦୦ମି ଦୌଡ଼, ଉଚ୍ଚ ଡ଼ିଆଁ, ଲମ୍ବ ଡ଼ିଆଁ,ଖୋଖୋ, ସଟ ଫୁଟ, ଡ଼ିସକଶ, କବାଡି ବ୍ଯାଡମିନ୍ଟନ ଓ ଭଲିବଲ ଯୋଡି ପ୍ରତିଯୋଗିତା ହୋଇଥିଲା l ଏହି ପ୍ରତିଯୋଗିତା ୨ ଦିନ ଧରି ଚାଲିବ ବୋଲି ଗୁଡାରି ହାଇସ୍କୁଲ କ୍ରୀଡା ଶିକ୍ଷକ ଶ୍ରୀ ଗୁରୁ କହିଥିଲେ l ଏହି କ୍ରୀଡା ପ୍ରତିଯୋଗିତା କୁ ତୁଲାଇବା ନିମନ୍ତେ ୯ ଜଣ କ୍ରୀଡା ଶିକ୍ଷକ ପରିଚାଳନା କରିଥିଲେ l ମଞ୍ଚାସିନ ଅତିଥି ଭାବେ ଭାରପ୍ରାପ୍ତ ବିଇଓ ସାଙ୍ଗୁଡାରୁପା ମାଝୀ, ସି ଆରସିସି ରାମକୃଷ୍ଣ ସାହୁ, ମହେନ୍ଦ୍ର ତୁଳ, ନେତ୍ରା ସାହୁ ଉପସ୍ଥିତ ଥିବାବେଳେ ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ l ଏହି କ୍ରୀଡା ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିବା ପରେ ଜିଲ୍ଲା ସ୍ତରୀୟ ପରେ ରାଜ୍ୟ ସ୍ତରୀୟ ରେ ପ୍ରତିଯୋଗିତା ହେବ ବୋଲି ପରିଚାଳକ ଶ୍ରୀ ଗୁରୁ ମତ ଦେଇଥିଲେ l

Leave a Reply

Your email address will not be published. Required fields are marked *