ପିଶାଚ ପିତା ୧୨ ସେପ୍ଟେମ୍ବର ନର୍କ ଦିବସରେ ଦୃଷ୍ଟାନ୍ତ :

ଶୁଣ ସାଧୁଜନେ ଏ କଳି ଯୁଗରେ
ଘଟିଛି ଘଟଣା ସତ,
ଗଉରୀ ମୋହନ ମହାପାତ୍ର ବ୍ୟକ୍ତି
ଭଣ୍ଡ ଜଗନ୍ନାଥ ଭକ୍ତ !

ଘର ଗଜପତି ବାସ କଲିକତା
ବ୍ଯବସାୟେ ତାଲବର,
ସୁପ୍ରଭା ସୁନ୍ଦରୀ ପତ୍ନୀ ସାଥେ ଏକ
ସୁମନ୍ତ ନାମେ କୁମର ।

ଗେଲ ବସରର ସେ କୁମର ଜାଣ
ଦେବ ବରଦାନୁ ପ୍ରାପ୍ତ,
ଭଲ ପାଠ ବୋଲି ପଢ଼ିବ ଡାକ୍ତରୀ
ବାଇଶି ବର୍ଷ ଆନୀତ ।

ପୁତ୍ର ରାଣ ଖାଇ କରଜ କରଇ
ପିତା ଯେ’ ଗୌରୀ ମୋହନ,
କିନ୍ତୁ ସେହି ଋଣ ନ ସୁଝିବା ହେତୁ
ପୁତ୍ରର ହେଲା ନିଧନ ।

ପୁତ୍ର ବିୟୋଗରେ ବୁଦ୍ଧି ନଷ୍ଟ-ଭ୍ରଷ୍ଟ
ହେଲା ସେ ଗୌରୀ ମୋହନ,
ନିଜର ପତ୍ନୀର ସାରା ବଅଁଶର
ରାଣ ଖାଇ କଲା ଋଣ ।

ଏ ଦୁଇ ହଜାର ଏକୋଇଶି ସାଲ
ସେପ୍ଟେମ୍ବର ମାସ ବାର,
ଯମରାଜ ଦୂତ ବାନ୍ଧି ନେଇଗଲେ
ସେ ବ୍ଯକ୍ତିକୁ ଯମପୁର ।

ବାପ ପୁଅ ଦୁହେଁ ଶିମିଳି କଣ୍ଟାରେ
ବନ୍ଧା ହୋଇଛନ୍ତି ଜାଣ,
ଛେଳି ଲଣ୍ଡି ଭାତ କୁତୀ ମଳ-ମୂତ୍ର
ଖିଆ-ପିଆ ତାଙ୍କ ପୁଣ ।

ଟାଉଟର କରି ଖାଉଥିଲେ ସଦା
ଚିକେନ ପଲାଉ ଭାତ,
ନର୍କପୁରେ ଏବେ ଖାଦ୍ୟ ଛେଳି-ଲଣ୍ଡି
କୁତା-କୁତୀ ମଳ-ମୂତ୍ର ।

ତତଲା ତେଲର ବାପ-ପୁଅ ଆତ୍ମା
ଯନ୍ତ୍ରଣାରେ ଛଟପଟ,
ବିକଳରେ ନିଜ ପରିବାରେ ସ୍ବପ୍ନ
ଦେଖାନ୍ତି ହେବାକୁ ମୁକ୍ତ ।

ଯମଦଣ୍ଡୁ ମୁକ୍ତ ନ ହେବ ପ୍ରମାଣ
ପିତା ପୁତ୍ର ବିଚାରନ୍ତି,
ଋଣ ପରିଶୋଧ ପାଇଁ ସୁପ୍ରଭାଙ୍କୁ
ଅନେକ ସ୍ବପ୍ନ ଦେଖାନ୍ତି ।

ବର୍ଷକୁ ବରଷ ଶ୍ରାଦ୍ଧ ମୂଲ୍ଯହୀନ
ଆତ୍ମା ଯଦି ଋଣଗ୍ରସ୍ତ,
ଋଣ ପରିଶୋଧ କରିଣ ଉଦ୍ଧାର
ତା’ପରେ ଶ୍ରାଦ୍ଧ ସାବ୍ଯସ୍ତ ।

ବ୍ଯବସାୟ ଆଉ ଜୀବନ-ବୀମାରୁ
କୋଟିଏ ଟଙ୍କାକୁ ଧରି,
କି ସୁଖ ପାଇବୁ ସ୍ବାମୀ-ପୁତ୍ର ଯେବେ
ନରକ କୁଣ୍ଡେ ବିଦାରୀ ?

ସାତ ଲକ୍ଷ ଟଙ୍କା ପାଇବେ ଯେ’ ଜନ
ସେ ଯେ’ ସୋମନାଥ ଦାସ,
କଲେ ପରିଶୋଧ ମୁକ୍ତ ହେବୁ ଆମ୍ଭେ
ତୁମେ ପାଇବ ସାବାସ ।

ଯଦି ହୋଇଥିବୁ ମହୀୟସୀ ନାରୀ
କରିବୁ ତୁ ପରିଶୋଧ,
ମୁକୁତା ଦେଈର ମାନ୍ଯତା ଲଭିବୁ
ଯେ’ ଟୀକା ଗୋବିନ୍ଦ ଚନ୍ଦ୍ର ।

ଯଦି ନ ସୁଝିବୁ ଅଲକ୍ଷଣୀ ବୋଲି
ବାଟ ଚାଲି ନ ପାରିବୁ,
ଯମପୁର ଆସି ଆମରି ସାଥିରେ
କୁକୁର ମଳ ଖାଇବୁ ।

ସ୍ବାମୀ-ପୁତ୍ର ଯେବେ ଯମପୁରେ ଦଣ୍ଡେ
ହେଉଥିବେ ଛଟପଟ,
ସେ ନାରୀର ମୁଖ ଯେ’ ବ୍ୟକ୍ତି ଚାହାଁନ୍ତି
ଅଶୁଭ ହୁଏ ତା’ ବାଟ ।

ସ୍ବାମୀ-ପୁତ୍ର ଯେବେ ସ୍ବର୍ଗଧାମେ ଥିବେ
ସେ ନାରୀ ମୁଖ ଉଜ୍ଜ୍ବଳ,
ସେ ନାରୀର ମୁଖ ଯେ’ ବ୍ୟକ୍ତି ଚାହାଁନ୍ତି
ତା’ ଯାତ୍ରା ହୁଏ ସ୍ବଚ୍ଛଳ ।

ସପନ ଦେଖିଣ କରନ୍ତି ରୋଦନ
ଭାଳନ୍ତି କିସ କରିବି ?
ଋଣ ପରିଶୋଧେ ମହୀୟସୀ ନାରୀ
ହୋଇ ପ୍ରସଂଶା ଲଭିବି ??

ଶମ୍ଭୁନାଥ ଦାସ

Leave a Reply

Your email address will not be published. Required fields are marked *