ନୂତନ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ଯୋଗଦାନ।

ଚଣ୍ଡିଖୋଲ,, ୪/୯(କ ଵ୍ୟୁ)ଚଣ୍ଡିଖୋଲ ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନୂତନ ଆଞ୍ଚଳିକ ପରିବହନ ଅଧିକାରୀ ଭାବରେ ଶିଶିର କୁମାର ସାହୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ସାହୁ ଆଜି ଚଣ୍ଡିଖୋଲ ସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ପହଞ୍ଚିଲା ପରେ କର୍ମଚାରୀ ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ପୂର୍ବରୁ ଶ୍ରୀ ସାହୁ ଫୁଲବାଣୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଦକ୍ଷତାର ସହିତ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥିଲେ। ସମସ୍ତ ଗାଡ଼ି ମାଲିକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା, ସଡ଼କ ସୁରକ୍ଷା,,ଚଣ୍ଡିଖୋଲ ଟ୍ରାଫିକ ବ୍ୟବସ୍ଥା ସୁଧାର ଆଣିବା,, ଦୁର୍ଘଟଣା ହ୍ରାସ ଦିଗରେ ପଦକ୍ଷେପ ନେବା, ଦୁର୍ଘଟଣା ସ୍ଥଳ (ବ୍ଲାକ ସ୍ପର୍ଟ) ଚିହ୍ନଟ କରି ଏହାର ନିରାକରଣ ନିମନ୍ତେ ପଦକ୍ଷେପ ନେବା, ବିଶେଷ କରି ସରକାରଂକ ସମସ୍ତ ଯୋଜନା ଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ପ୍ରାଥମିକତା ଦିଆଯିବ ବୋଲି କହିଥିଲେ। ଆଜି ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଠାରେ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ ସଭାପତି ଅଜାମ୍ବର ସାହୁ,ଚଣ୍ଡିଖୋଲ ଘରୋଇ ବସ ମାଲିକ ସଂଘ ସଭାପତି ଅମରେନ୍ଦ୍ର ନାୟକ, ସଂପଦକ ଦିଲ୍ଲୀପ କୁମାର ଚୌଧୁରୀ,ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ପକ୍ଷରୁ ସଭାପତି ପୁଷ୍ପରାଜ୍ ନାୟକ, ସମ୍ପାଦକ କ୍ରିତିରlଜ୍ ସ୍ବାଇଁ, ଜିଲ୍ଲା କ୍ରସର ସଙ୍ଘ ସଭାପତି ଚନ୍ଦନ କୁମାର ନାୟକ ସମେତ ପ୍ରଭାତ କୁମାର ରାଉତ, ପ୍ରଦିପ୍ତ ବେହେରା ଜିତେନ୍ଦ୍ର ପାଲ, ସନାଉଲ୍ଲା ଅରୁଣ କୁମାର ମହାନ୍ତି ପ୍ରମୁଖ ପହଞ୍ଚି ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *