
ଚଣ୍ଡିଖୋଲ ୪/୯(କ ଵ୍ୟୁ) ଓଡ଼ିଶା ସରକାରଂକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଞ୍ଚସଖା ଶିକ୍ଷାସେତୁ ସଙ୍ଗଠନ ପକ୍ଷରୁ ଆସନ୍ତା କାଲି ପବିତ୍ର ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ପ୍ରଦାନ କରାଯିବ। ଏହି ଅବସରରେ ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ବଡଚଣା ସ୍ଥିତ ପି ଏମ୍ ଶ୍ରୀ ସରକାରୀଉଚ୍ଚ ବିଦ୍ୟାଳୟ ଖଇରା ର ଶାରିରୀକ ଶିକ୍ଷା ବିଭାଗର ଶିକ୍ଷକ ଶୈଳେଶ କୁମାର ମିଶ୍ର ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ଫଳରେ ସମଗ୍ର ବଡଚଣା ବ୍ଲକ୍ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶ୍ରୀ ମିଶ୍ର ଜଣେ କର୍ତ୍ତବ୍ୟ ନିଷ୍ଟ, ଛାତ୍ର ବତ୍ସଳ ଓ ଅଭିଜ୍ଞ କ୍ରୀଡା ଶିକ୍ଷକ ଭାବରେ ସମଗ୍ର ଯାଜପୁର ଜିଲ୍ଲାରେ ପରିଚିତ। ଜଣେ ଦକ୍ଷ କ୍ରୀଡା ପ୍ରଶିକ୍ଷକ ଭାବରେ ତାଙ୍କର ବହୁ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ବ ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଵିଦ୍ୟାଳୟର ପ୍ରଧାନ ଶିକ୍ଷକ, ସ୍ମୁତି ରଂଜନ ଆଚାର୍ଯ୍ୟ ସମେତ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ,ଅଭିଭାବକ ଛାତ୍ର ଛାତ୍ରୀ ,ପରିଚାଳନା କମିଟି ସଦସ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। କ୍ରମାଗତ ଭାବେ ଦ୍ଵିତୀୟ ଥର ପାଇଁ ଏହି ବିଦ୍ୟାଳୟର ଏତେ ସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ
ସୁଜାତା ଶୁଖଦାୟିନୀ ଆଚର୍ଯ୍ୟ ଓଡ଼ିଆ ବିଭାଗ,ନମିତା ସାହୁ ଇଂରାଜୀ ବିଭାଗ, ଗୀତାଞ୍ଜଳୀ ସାହୁ, ଗଣିତ ବିଭାଗ ପ୍ରମୁଖ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।