ଗ୍ରାମର ପ୍ରଭାବିତ ବାସିନ୍ଦାମାନେ DCBL ଦ୍ୱାରା ଜମି ଅଧିଗ୍ରହଣ ସମ୍ପର୍କରେ ନବନିଯୁକ୍ତ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଆବେଦନ ପତ୍ର ଦାଖଲ କଲେ ଜମି ଦଖଲ ନେବା ପାଇଁ ପୁଲିସ ବଳ ତୈନାତି ଆବେଦନ ଦରଖାସ୍ତ ଦାଖଲ କରିଥିବାକୁ ନାମଞ୍ଜୁର କରିବା ପାଇଁ

ରାଜଗାଙ୍ଗପୁର :- ଶନିବାର, 30 ଅଗଷ୍ଟ 2025 ରେ, ଗ୍ରାମର ପ୍ରଭାବିତ ବାସିନ୍ଦାମାନେ DCBL ଦ୍ୱାରା ଜମି ଅଧିଗ୍ରହଣ ସମ୍ପର୍କରେ ନବନିଯୁକ୍ତ ସୁନ୍ଦରଗଡ଼ ଆରକ୍ଷି ଅଧିକ୍ଷକ ଅମୃତପାଲ କୌରଙ୍କ ନିକଟରେ ଏକ ଆବେଦନ ଦାଖଲ କରିଥିଲେ। ଆପଣଙ୍କୁ ଜଣାଇ ଦେଉଛୁ ଯେ ଆମେ ଭାରତ ସମ୍ବିଧାନର ପଞ୍ଚମ ଅନୁସୂଚୀତ ଅଞ୍ଚଳ ଅନ୍ତର୍ଗତ ଓଡିଶା ପ୍ରଦେଶର ସୁନ୍ଦରଗଡ ଜିଲ୍ଲା ଚୁତ୍ରା ତହସିଲ ଅନ୍ତର୍ଗତ ଲାଞ୍ଜିବେଣା ଓ ରାଜରାଙ୍ଗପୁର ତହସିଲ ଅନ୍ତର୍ଗତ କୁକୁଡ଼ା ଓ ବିହାବନ୍ଦ ମୈ।କାର ଅନୁସୂଚୀତ ଜନଜାତି ଅବାସୀ ନିବାସୀ M/S DCBL କମ୍ପାନୀ, ଲିଞ୍ଜିବେଣା ପ୍ରସ୍ତାବିତ ଅଧିଗ୍ରହଣ ହେବାକୁ ଥିବା ଆମ ରୟତି ଜମି ଗୁଡିକୁ ଜିଲ୍ଲା ପ୍ରଶାସନ ସହାୟତାରେ ଚଞ୍ଚକତା କରି ନିଜ ନାମରେ ରେକର୍ଡ ସତ୍ତରେ ରେକର୍ଡଭୂକ୍ତ କରି ଜମି ଦଖଲ ନେବା ପାଇଁ ପୋଲିସ ବଳ ତୈନାତି ପାଇଁ ଆବେଦନ ଦରଖାସ୍ତକୁ ନାମଞ୍ଜୁର କରିବା ପାଇଁ ଲିଖତ ନିବେଦନ କରିବାର କାରଣ ଏହି କି ଯେ,ଜମି ଅଧିଗ୍ରହଣ ଆଇନ-2013 ଧାରା-412 ପ୍ରାବଧାନ ଅନୁଯାୟୀ ଆମ ଖଟଙ୍ଗ ଓ କୁକୁଡା ଗ୍ରାମ ପଞ୍ଚାୟତ ହୟରେ ଗତ ତା26 01.2020 ରିଖରେ ଅନୁଷ୍ଠିତ ଗ୍ରାମସଭାରେ ଜମି ଅଧିଗ୍ରହଣ ପ୍ରସ୍ତାବକୁ ନାକଚ କରିଅଛୁ ଏବଂ ଗ୍ରାମ ପଞ୍ଚାୟତ “M” Formରେ NOC ଦେଇ ନାହିଁ ଏବଂ ଓଡିଶା ଗ୍ରାମ ପଞ୍ଚାୟତ ଆଇନ-1964 ଧାରା-114 ପ୍ରାବଧାନ ଅନୁଯାୟୀ ସୁନ୍ଦରଗଡ ସଦର ଉପଜିଲ୍ଲାପାଳ ଆମ ଗ୍ରାମସଭା ନିଷ୍ପତିକୁ ପ୍ରତ୍ୟାହାର କରି ଆମ ଗ୍ରାମ ପଞ୍ଚାୟତକୁ ପ୍ରତ୍ୟାହାର ଆଦେଶ ଜାରି କରି ନାହାଁନ୍ତି ଓ ଓଡିଶା ଜମି ଅଗ୍ରହଣ ଅଧୁନିୟମ-2016 ର ଧାରା-21(1), 21(4) ଓ 21(7) ପ୍ରାବଧାନ ଅନୁଯାୟୀ ପ୍ରଭାବିତ ପରିବାରମାନଙ୍କୁ ବୈଠକ ଡକାଯାଇ ନାହିଁ କି ଉକ୍ତ ବୈଠକରେ ଆମ ଜଗତ କିମ୍ବା ଅ’ଶୀଦାର “J” Formରେ ଆଇନର ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଲିଖତ ସହମତି ଦେଇ ନାହୁଁ କିନ୍ତୁ କମ୍ପାନୀ ଓ ଜିଲ୍ଲା ପ୍ରଶାସନ ମିଶି ସହମତିର ଜାଲ ଦୟାବେଜ ପ୍ରସ୍ତୁତ କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଆଗେଇ ନେଇ ପ୍ରସ୍ତାବିତ ଜମି ଗୁଡିକୁ ଆମ ସମ୍ମତ ଖାତାଗୁଡିକରୁ ନାମ କାଟି ଦେଇଛନ୍ତି ଏବଂ M/S DCBL ନାମରେ ରେକର୍ଡ କରିଦେଇଛନ୍ତି । ଆମ ରୟତୀ ଓ ଅଂଶୀଦାରଙ୍କ ନାମରେ କମ୍ପାନୀ ଓ ଜିଲ୍ଲାପ୍ରଶାସନ ମିଶି ଜାଲ ଦସ୍ତାବେଜ ପ୍ରସ୍ତୁତ କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଆଗେଇ ନେଉଥିବା RTIରେ ତଥ୍ୟ ପାଇ ରାଜଗାଙ୍ଗପୁର ଥାନାରେ ଏତଲା ଦେଇ ଅଛି ଏବଂ ପ୍ରାକ୍ତନ ସୁନ୍ଦରଗଡ଼ SP ଙ୍କୁ କେଶ୍ ଦାଏଇ କରିବା ନିର୍ଦ୍ଦେଶ ଦେବା ପାଇଁ ଅଭିଯୋଗ ଓ ନିବେଦନ କରିଥିବା ସତ୍ତ୍ୱେ ଫଳପ୍ରଦ ହୋଇପାରି ନାହିଁ ।

ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର

Leave a Reply

Your email address will not be published. Required fields are marked *