
ନବରଙ୍ଗପୁର – ନିଶାଶକ୍ତ ଯୁବକ ର ଉନ୍ମାକ୍ତକାଣ୍ଡ ବିଳମ୍ବିତ ରାତିରେ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ । ଉନ୍ମକ୍ତ ଯୁବକ ର ଛୁରା ମାଡ଼ ରେ ସାମ୍ବାଦିକ ଗୁରୁତର ହୋଇଥଲେ ।ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ସାମ୍ବାଦିକ ଜଣକ ବିଶାଖାପାଟଣା ସ୍ଥାନାନ୍ତର ହୋଇଛନ୍ତି। ଛୁରା ମାଡ଼ ର କାରଣ ଅସ୍ପଷ୍ଟ ରହିଛି , ଅନ୍ୟପଟେ ଆକ୍ରମଣକାରୀ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ମାଡ଼ ମାରିବା ପରେ ଆକ୍ରମକାରି ମେଡିକାଲ ରେ ଭର୍ତି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଠାରେ ।
ବିଳମ୍ବିତ ରାତିରେ ନବରଙ୍ଗପୁର ଅର୍ଗସ ଜିଲ୍ଲା ସାମ୍ବାଦିକ ସୁମିତ କୁମାର ଘଣ୍ଟ ନବରଙ୍ଗପୁର ରୁ ନିଜ ଘର ପାପଡାହାଣ୍ଡି କୁ ମୋଟର ସାଇକଲ ଯୋଗେ ଫେରୁଥିବା ବେଳେ ଅଚାନକ ପାପଡାହାଣ୍ଡି ଥରେ ନିଶାସକ୍ତ ଯୁବକ ହରେକୃଷ୍ଣ ବେହେରା ସାମ୍ବାଦିକ ଙ୍କୁ ଖଣ୍ଡା ରେ ମରଣାନ୍ତକ ଆକ୍ରମଣ କରିଥିଲା । ତେବେ, କୌଶଳ କ୍ରମେ ସୁମିତ ଆକ୍ରମଣକାରୀ ଙ୍କ ହାତକୁ ଧରି ଖଣ୍ଡା କୁ କାବୁ କରିଥିବା ବେଳେ ଅନ୍ୟ ହାତରେ ଧରିଥିବା ଚାକୁ ରେ ଆକ୍ରମଣକାରି ସୁମିତଙ୍କ ଶରୀର ର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲା । ତାଙ୍କ ଛାତି, ପେଟ, ହାତ ର ବାହୁ ଭଳି ୪ ଟି ସ୍ଥାନରେ ଆକ୍ରମଣକାରି ଛୁରା ମାଡ କରିଥିଲା । ଯନ୍ତ୍ରଣା ରେ ଛଟପଟ ହୋଇ ସାମ୍ବାଦିକ ସୁମିତ ଚିତ୍କାର କରି ଦୌଡ଼ି ଥିବା ବେଳେ ଆଖ ପାଖ ଲୋକ ଉଠି ଆସି ସାମ୍ବାଦିକ କୁ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲ ରେ ଭର୍ତି କରିଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ । କିନ୍ତୁ, ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଉନ୍ନତି ନହେବାରୁ ଡାକ୍ତର ତୁରନ୍ତ ତାଙ୍କୁ ବିଶାଖାପାଟଣା କୁ ସ୍ଥାନାନ୍ତର କରିଥିଲେ । ଅନ୍ୟପଟେ ନିଶାସକ୍ତ ଯୁବକ ହରେକୃଷ୍ଣ ବେହେରା କୁ ସ୍ଥାନୀୟ ଲୋକେ କାବୁ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ଖଣ୍ଡା ଓ ଚାକୁ ଦେଖାଇ ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଫଳରେ ଲୋକେ ଉତ୍ୟକ୍ତ ହୋଇ ମାଡ଼ ମାରିଥିଲେ ଓ ଆକ୍ରମଣକାରି ଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତି କରିଛନ୍ତି ।ବର୍ତ୍ତମାନ ତଦନ୍ତ ଚାଲୁଥିବା ସୂଚନା ମିଳିଛି ।