
ରାୟଗଡା : ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଶ୍ରାଦ୍ଧ ବାର୍ଷିକୀ ପୁଣ୍ୟ ତିଥି । ତେବେ ତାଙ୍କର ଏହି ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ବହୁତ ମନେପଡନ୍ତି ଅଟଳ । ୨୦୧୮ ମସିହା ଆଜି ଦିନ(ଅଗଷ୍ଟ ୧୬)ରେ ହିଁ ୯୩ ବର୍ଷ ବୟସରେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଅଟଳ ବିହାରୀ ବାଜପେୟୀ । ଏମିତି ହିଁ ସେ ଅଟଳ ନାଁରେ ପରିଚିତ ନଥିଲେ । ନିଜ ମନ, କାୟା, ବାକ୍ୟରେ ବି ଅଟଳ ଥିଲେ ପ୍ରଧାନମନ୍ତ୍ରୀ ଅଟଳ । ସେ ଏମିତି ଜଣେ ପ୍ରଧାନମନ୍ତ୍ରୀ ଥିଲେ ଯାହାଙ୍କ କଥା ଓ କବିତାରେ ବିରୋଧୀ ବି ତାଳି ମାରିବାକୁ ପଛାଉନଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶ ଇତିହାସରେ ଅନେକ ପୃଷ୍ଠା ଲେଖିଛି ।୨୫ ଡିସେମ୍ବର ୧୯୨୪ରେ ଗ୍ବାଲିୟରରେ ଜନ୍ମ ଗ୍ରହଣ କରିଥିବା ଅଟଳ ବିହାରୀ ବାଜପେୟୀ ତିନି ତିନି ଥର ଦେଶର ପ୍ରଧାନମନ୍ତ୍ରୀ ଆସନ ସମ୍ଭାଳିଛନ୍ତି । ସଭିଙ୍କ ପ୍ରିୟ ସେ ଥିଲେ ସଦାବେଳେ ସବୁ ନିଷ୍ପତ୍ତିରେ ସେ ଅଟଳ । ସବୁ କିଛି ପରିସ୍ଥିତିକୁ କବିତା ସହ ବଖାଣୁଥିଲେ ଅଟଳ । ଯାହାଙ୍କର ପ୍ରଶଂସା କରିବାକୁ ବିରୋଧୀ ବି କୁଣ୍ଠାବୋଧ କରୁନଥିଲେ ।ସେ ଥିଲେ ଜଣେ ବିକାଶ ପୁରୁଷ। ତେବେ ତାଙ୍କର ଏହି ପୁଣ୍ୟ ତିଥି ରେ ରାୟଗଡା ସକ୍ଷମ କାର୍ଯ୍ୟାଳୟ ରେ ବୁଦ୍ଧିଜୀବୀ, ସମାଜ ସେବୀ ଏବଂ ସାମ୍ବାଦିକ ମାନେ ଏକ ସ୍ମୃତି ସଭା ସହ ଏକ ଆଲୋଚନା ଚକ୍ର ରେ ଏକତ୍ରିତ ହୋଇଥିଲେ। ତେବେ ଜିଲ୍ଲା ର ବିକାଶ ରେ ନିଜ କୁ ସାମିଲ୍ କରିବା ପାଇଁ ମୁଖ୍ୟ ବକ୍ତା ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ଡ଼କ୍ଟର ବାଦଲ କୁମାର ତା ମୁଖ୍ୟ ବକ୍ତା ଏବଂ ଶ୍ରୀମତୀ ବିଦୁଲତା ହୁଇକା ସନ୍ନମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା ପରିଚାଳନା କରଥିଲେ ଏବଂ ଶ୍ରୀ ଶ୍ୟାମ କୁମାର ଦାଶ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ଆଲୋଚନା ଚକ୍ର ରେ ରାମଚନ୍ଦ୍ର ସାହୁ, ଯୋଗେଶ୍ୱର ଦାଶ, ଦୀପକ ପୃଷ୍ଟି, ଜୟଦେବ ସେଠ, ଗଣେଶ ସାହୁ, ଏମ ବିଦ୍ୟା ସାଗର,ବିଜୟ ଦାଶ, ପ୍ରମୋଦ କୁମାର ପଣ୍ଡା, ଟି ନାଗରାଜୂ, ଜି.ହରି କ୍ରିଷ୍ଣା, ଧର୍ମ ସିଙ୍ଗ ନାଗ ପ୍ରମୁଖ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।