
ଚଣ୍ଡିଖୋଲ୧୬/୮(କ ବ୍ୟୁ) ୭୯ତମ ସ୍ବାଧୀନତା ଦିବସ
ଅବସରରେ
“ପାଟରା ପରିବାର, ଆମେ ସବୁ ପାଟରା” ଗ୍ରୁପ ତରଫରୁ ଏକ ସେବା କାର୍ଯ୍ୟକ୍ରମ ଶାଶନ ପୁରୁଷୋତ୍ତମ ପୁର, ବଡ଼ଚଣା, ଯାଜପୁର ଜିଲ୍ଲାରେ ଥିବା “ଆମଘର ଶିଶୁ ଯତ୍ନ ଗୃହରେ କରାଯାଇଥିଲା। ଏହି ଅବସରରେ ସଙ୍ଘର ସଭାପତି ଶ୍ରୀପ୍ରଦୀପ କୁମାର ଷେଣ୍ଢ ଏହି ଶିବିର ଟିକୁ ଉଦ୍ଘାଟନ କରିଥିଲେ। ଏହି ଉପଲକ୍ଷେ ସେଠାରେ ଥିବା ଅନ୍ତେବାସୀମାନଙ୍କୁ ଚାଉଳ,ଡାଲି ଇତ୍ୟାଦି ରୋଷେଇ ସାମଗ୍ରୀ ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ,ବିସ୍କୁଟ ମିକ୍ସଚର,ଜଳଖିଆ ଆଦି ପ୍ରଦାନ କରାଯାଇଥିଲା। ସଂଘର ସମ୍ପାଦକ ଶ୍ରୀ ବିଜୟ କୁମାର ସାହୁ, ଉପସଭାପତି ଶ୍ରୀ ରୂପେଶ କୁମାର ପାତ୍ର, କୋଷାଧ୍ୟକ୍ଷ ଶ୍ରୀ ସତ୍ୟ ରଞ୍ଜନ ସାହୁ, ସମାଜସେବୀ ଶ୍ରୀମତି ଲୋପମୁଦ୍ରା ସେଣ୍ଡ, ସଭ୍ୟ ଶ୍ରୀ ପୀତବାସ ନାୟକ, ଅବିନାଶ ସାହୁ, ବିଶ୍ଵଜିତ ମହଲା,ସୁମିତ୍ରା ନାୟକ, ଉପେନ୍ଦ୍ର ପାତ୍ର, ଶକ୍ତି ପ୍ରସାଦ ସାହୁ ଓ ରାଜେଶ କୁମାର ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ସଙ୍ଘର ଏହି କାର୍ଯ୍ୟକ୍ରମକୁ ସାଧାରଣରେ ଭୁୟସୀ ପ୍ରଶଂସା କରାଯାଇଥିଲା।