ପାଲଲହଡ଼ା : ୧୪/୮ ପାଳଲହଡା ଥାନା ବତିସୁଆଁ ପଂଚାୟତ ଅନ୍ତର୍ଗତ ରେଙ୍ଗାଳି,ସୋଲଡା ଓ କୋରଡ଼ା ଗାଁ ଅଞ୍ଚଳ ରେ ଅନଗୁଳ ଜିଲ୍ଲା ଆରକ୍ଷୀ ଅଧକାରୀ ରାହୁଲ ଜୈନ ଙ୍କ ନିର୍ଦେଶ ରେ ପାଳଲହଡା ପୋଲିସ ରାତି ଅଧିଆ ଚଢ଼ାଉ କରି ଚାରି ଜଣଙ୍କ ଘରୁ ଚାରିଟି ଦେଶୀ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି. ବେଆଇନ ଭାବେ ଘରେ ଦେଶୀ ବନ୍ଧୁକ ରଖୁବା ଅପରାଧରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ମାନେ ରେଙ୍ଗାଳି ଗାଁର ସିକୁ ପୂର୍ତ୍ତି (୪୦) ଓ ରେଂସା ହେଶା,( ୨୭).ସୋଲଡା ଗାଁର ସୁରେନ୍ଦ୍ର ଦେଓଗାମ (୪୦),କୋରଡ଼ା ଗାଁର ଗୋଲେଖ ବୋଇତା(୬୦) ବୋଲି ପୋଲିସ ସୂଚନା ଦେଇଛି.
ପୋଲିସ ସୂଚନା ଅନୁସାରେ,ରେଙ୍ଗାଳି, ସୋଲଡା ଓ କୋରଡ଼ା ଗାଁରେ କିଛି ଲୋକଙ୍କ ଘରେ ଦେଶୀ ବନ୍ଧୁକ ଥିବା ଖବର ପାଇ ପୋଲିସ ସଦଳବଳେ ବୁଧୁବାର ରାତିରେ ଅତର୍କିତ ଚଢ଼ାଉ କରି ଥିଲା. ରେଙ୍ଗାଳି ଗାଁର ସିକୁ ପୂର୍ତ୍ତି ଓ ରେଂସା ହେଶା,ସୋଲଡା ଗାଁର ସୁରେନ୍ଦ୍ର ଦେଓଗାମ ଓ କୋରଡ଼ା ଗାଁର ଗୋଲେଖ ବୋଇତା ଙ୍କ ଘରେ ଦେଶୀ ବନ୍ଧୁକ ବେଆଇନ ଭାବେ ରଖିଥିବା ଚଢ଼ାଉ ବେଳେ ଦେଖିବାକୁ ମିଳିଥିଲା. ପୋଲିସ ଏହି ଚାରି ଜଣଙ୍କ ଘରୁ ଚାରିଟି ଯାକ ଦେଶୀ ବନ୍ଧୁକ ଜବତ କରିବା ସହ ୪ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ପ୍ରଦୀପ କୁମାର ମହାନ୍ତ ସୂଚନା ଦେଇଛନ୍ତି.