କ୍ୱାର୍ଜ୍ ଖଣି ଉତ୍ତୋଳନ ବିରୋଧରେ ସ୍ଥାନୀୟଙ୍କ ଦାବି ପତ୍ର

ରାୟଗଡ଼ା(ତପନ କାଡ୍ରାକା)ରାୟଗଡ଼ା ଜିଲ୍ଲାରେ ପ୍ରସ୍ତାବିତ କ୍ୱାର୍ଜ୍ ଖଣି ଉତ୍ତୋଳନକୁ ନେଇ ସ୍ଥାନୀୟ ଲୋକଙ୍କର ବିରୋଧ ଜାରି ରହିଛି । ବଡ଼ଇରୁକୁବାଡ଼ି ଗ୍ରାମ ପଞ୍ଚାୟତରେ ଆୟୋଜିତ ଜନସାଧାରଣ ଅଭିଯୋଗ ଶୁଣାଣି ପରେ, ୪ଟି ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ସହିତ ସ୍ଥାନୀୟ ଜନସାଧାରଣ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ଯନ୍ତ୍ରୀଙ୍କ ପତ୍ର ସଂଖ୍ୟା-୧୩୭୩୯ ତା. ୨୨-୦୭-୨୦୨୫ ଅନୁସାରେ, ୧୨ ଅଗଷ୍ଟ ୨୦୨୫ ରେ ବଡ଼ଇରୁକୁବାଡ଼ି ଗ୍ରାମ ପଞ୍ଚାୟତରେ କ୍ୱାର୍ଜ୍ ଖଣି ଖାନନ କିମ୍ବା କ୍ୱାର୍ଜ୍ ଖଣି ଉତ୍ତୋଳନ ବିଷୟରେ ଜନସାଧାରଣ ଅଭିଯୋଗ ଶୁଣାଣି ଆୟୋଜିତ ହୋଇଥିଲା ।ଏହି ଶୁଣାଣି ସମୟରେ, ବଡ଼ଇରୁକୁବାଡ଼ି, ଗଜିଗାଁ, ପିତାମହଳ ଓ ତାଡାମା ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ସହିତ ସମସ୍ତ ଅଞ୍ଚଳବାସୀ ଦୃଢ଼ ଭାବରେ ବିରୋଧ ପ୍ରକାଶ କରିଥିଲେ ।

ସେମାନଙ୍କ କହିବା ଅନୁସାରେ, ଯଦି କ୍ୱାର୍ଜ୍ ଖଣି ଉତ୍ତୋଳନ କରାଯାଏ, ସ୍ଥାନୀୟଙ୍କର ଜୀବନଜୀବିକା, କୃଷି, ବନଜଙ୍ଗଲ, ପାଣି ସ୍ରୋତ, ପରିବେଶ ଓ ସାମାଜିକ-ସାଂସ୍କୃତିକ ଜୀବନ ଗୁରୁତର ସଙ୍କଟରେ ପଡ଼ିବ ।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି, ସ୍ଥାନୀୟ ସରପଞ୍ଚ ଓ ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୱ ରେ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।ସେମାନଙ୍କର ସ୍ପଷ୍ଟ ଦାବି, କ୍ୱାର୍ଜ୍ ଖଣି ଉତ୍ତୋଳନ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯାଉ ଏବଂ ସ୍ଥାନୀୟ ଲୋକଙ୍କର ମତାମତକୁ ପ୍ରାଥମ୍ୟ ଦିଆଯାଉ ।ସ୍ଥାନୀୟଙ୍କ ଦାବି ପତ୍ର ପରେ, ରାଜ୍ୟ ସରକାର କୌଣସି ସିଦ୍ଧାନ୍ତ ନେବେ କି – ସେଥିପାଇଁ ଅଞ୍ଚଳବାସୀଙ୍କର ନଜର ରହିଛି ।

Leave a Reply

Your email address will not be published. Required fields are marked *