ବିଜେପୁ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଗାଇସିଲେଟ ବ୍ଲକ ସଭାପତି କଠଉମାଲ ଗାଁରେ ସଭାପତି ଚୟନ l

ଗାଇସିଲଟ :—10-08-25 ରିଖ ବିଜେପୁ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଗାଇସିଲେଟ ବ୍ଲକ ସଭାପତି କଠଉମାଲ ଗାଁରେ ସଭାପତି ଚୟନ l
କଂଗ୍ରସ ଦଳର ରାଜ୍ୟ ପି ସି ସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ମନୋନୟନ ହେବାପରେ ରାଜ୍ୟରେ ସମସ୍ତ ନିର୍ବାଚନ ମଣ୍ଡଳୀ ମାନଙ୍କରୁ ଉପଯୁକ୍ତ କର୍ମୀ ଚୟନ କରିବାକୁ ନିର୍ଦେଶ ଦେଇଥିଲେ l ଆଜି ବିଜେପୁ୍ର ନିର୍ବାଚନ ମଣ୍ଡଳୀରୁ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର ସଭାପତି ଚୟନ କାର୍ଯ୍ୟକ୍ରମ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା ଅବ୍ଜାରବର ଭାବରେ ଯୋଗ ଦେଇଥିଲେ l ୟାଙ୍କର ସହିତ ମଞ୍ଚାସିନ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହରବିନ୍ଦ ସିଂ, ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରତାପ ପଟ୍ଟନାୟକ, ପୂର୍ବତନ ଭବ୍ୟ ବିଧାୟକ ଶ୍ରୀ ଦିଲ୍ଲୀପ କୁମାର ପଣ୍ଡା, ଗତ ଭବ୍ୟ ବିଧାୟକ ଶ୍ରୀ କିଶୋର ଦଫାଦାର ଓ ପି ସି ସି ମେମ୍ବର ଅଞ୍ଚଳର ଜଣାଶୁଣା ଶ୍ରୀ ଆନନ୍ଦ ପଧାନଙ୍କ ସହ ବ୍ଲକ ସଭାପତି ଶ୍ରୀ ଘନଶ୍ୟାମ ପାତ୍ର ଥିଲେ l ଉପସ୍ଥିତ ଶ୍ରୀ ସାଲୁଜା ଉପଯୁକ୍ତ କଂଗ୍ରସ କର୍ମୀ ସାମିଲ ହୋଇ ଦଳକୁ ମଜଭୁତ କରିବା ସହ ଲୋକଙ୍କ ଦୁଃଖ ସୁଖ ବୁଝିପାରୁଥିବା ଭଳି କର୍ମୀ ରହି ଦଳକୁ ଦିଲ୍ଲୀ ପର୍ଯ୍ୟନ୍ତ ଜଣାଶୁଣା କରାଇବାର ବ୍ୟକ୍ତି ଦରକାର l ଏବଂ ନିର୍ଦେଶ ଅନୁସାରେ ସମସ୍ତ ବର୍ଗରୁ ଜଣେ ଏପରି ପାଞ୍ଚ ଜଣ ବଛାଯାଉ ବୋଲି କହିଥିଲେ l ଏତିକି ବେଳେ ଶ୍ରୀ ଦଫାଦାର ଯେଉଁମାନେ ନିର୍ବାଚନ ସମୟରେ ମୋ ସହିତ ମିଶିଥିଲେ ସେମାନେ ଅଂଶଗ୍ରହଣ କରିପାରିବେ ବୋଲି ମନ୍ତବ୍ୟ ଦେବାରୁ ବହୁତ ପାଟିତୁଣ୍ଡ ହୋଇଥିଲା l କେତେକ ଏ ମନ୍ତବ୍ୟରେ ଅଶାନ୍ତି ଜଣା ପଡ଼ିଥିଲେ l ଶେଷରେ ଶ୍ରୀ ସିଂ ସାଲୁଜା ହରିଜନ, ଆଦିବାସୀ, ପଛୁଆ ବର୍ଗ, ଦଳିତ ଓ ସାଧାରଣ ବର୍ଗରୁ ବ୍ୟକ୍ତିଙ୍କ ନାମ ତାଲିକା କରିଥିଲେ l କର୍ମୀମାନେ ଅତିଥିଙ୍କୁ ସୁସମ୍ମାନେ ବିଦାୟ ଦେଇଥିଲେ ଓ କର୍ମୀମାନେ ସଭା ସାଙ୍ଗ ହେବା ପୂର୍ବରୁ ଜଳଖିଆ ଡବା ଧରି ଚାଲି ଯାଇଥିଲେ l ଉପଖଣ୍ଡ ପଦ୍ମପୁରରୁ ଫ. ଦୀପ

Leave a Reply

Your email address will not be published. Required fields are marked *