ନୟାଗଡ : ଟ୍ରକ କୁ ଓଭରଟେକ କଲାବେଳେ ଓଲଟିଲା ବସ୍। 12 ରୁ ଉର୍ଦ୍ଧ ଯାତ୍ରୀ ଆହତ। 4 ଗୁରୁତର ଯାତ୍ରୀ ଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ। ଗତ ରାତିରେ ଭୁବନେଶ୍ୱର ରୁ ବଲାଙ୍ଗୀର ଯାଉଥିଲ ମିଶ୍ର ନାମକ ବସ। ବସ ରେ 20 ରୁ 25 ଜଣ ଯାତ୍ରୀ ଥିଲେ। ଖୋର୍ଦ୍ଧା ଜିଲ୍ଲା ବାଘମାରି ଠାରେ ବସ ରଖି ବସର କର୍ମଚାରୀ ମାନେ ଖାଇଥିଲେ। ଖାଇସାରି ବସ ଟି ବଲାଙ୍ଗୀର ଯାଉଥିଲା। ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ର ସରିଗଣ୍ଡା ଠାରେ ଟ୍ରକ କୁ ଓଭରଟେକ କରୁଥିଲା ବସ। ବସ ଟି ଓଭରଟେକ ନକରି ପାରି ବିଲ କୁ ଓଲଟି ପଡିଥିଲା। ବସ ଟି ଦୁର୍ଘଟଣା ହେବାପରେ 12 ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇ ଦଶପଲ୍ଲା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ। ସେଥିରୁ 4 ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାରୁ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ। ତାଙ୍କ ର ଅଣ୍ଟା ଓ ଗୋଡ଼ ରେ ଆଘାତ ଲାଗିଥିବା ରୁ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତରିତ କରାଯଇଛି। ଦଶପଲ୍ଲା ପୋଲିସ ପଂହଁଚି ତଦନ୍ତ କରିବା ସହ ଗାଡି ଡ୍ରାଇଭର ଫେରାର ରହିଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ