ରାୟଗଡ : ରାୟଗଡର ସୌନ୍ଦର୍ଯ୍ୟ କୁହା ଯାଉଥିବା ବିଜୁ ବାବୁଙ୍କ ପତିମୂର୍ତ୍ତି ଏବଂ (I LOVE RAYAGADA) ଉଦ୍ୟାନ ସମ୍ମୁଖରେ ଘରୋଇ ବସ ପାର୍କିଂଗ ହଟାଇ ପର୍ଯ୍ୟଟକଙ୍କୁ ସୌନ୍ଦର୍ଯ୍ୟ ଉପଭଗ କରିବାରେ ସହାୟକ ସହ ସହରର ଅନେକ ସ୍ଥାନର ପ୍ରତିଦିନ ଉପୁଜୁଥିବା ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ଜନସାଧାରଣ ଆଶାବାଦି।
ରାୟଗଡ-(ଅଜୟ ରଥ)କେତେବେଳେ ପଲିଥିନ ବ୍ୟବହାରକୁ ନେଇତ ଆଉ କେତେବେଳେ ଜବର ଦଖଲ ଉଛେଦ । ପୁଣି କେତେ ବେଳେ ନିର୍ମାଣ ଏବଂ ଭଗ୍ନାବଶେଷ ରାସ୍ତା ଉପରେ କୁଢ଼ କୁଢ଼କୁ ନେଇ ,ବର୍ତମାନ ବର୍ଷ ବର୍ଷ ଧରି ବେଆଇନ ଭାବେ ମାଡି ବସି ବ୍ୟବସାୟ ଚଳାଇଥିବା ବ୍ୟବସାୟିକ ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ହୋର୍ଡିଂ ଉପରେ ଜୋରଦାର ଉଚ୍ଛେଦ ଚଳାଇଛି ରାୟଗଡ଼ ପୌରପରିଷଦ। ପୂର୍ବରୁ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ବେଳେ ବିଭିର୍ଣ କାରଣ ବାଧକ ସାଜୁଥିଲା। ବର୍ତମାନ ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ଯୋଗଦେବା ଠାରୁ ଅହରହ ବେଆଇନ ଉପରେ ଲଗାତାର ଚଢ଼ାଉ ଜାରି ରହିଛି। ଯାହାକି ରାୟଗଡ ବାସୀଙ୍କ ପାଇଁ ଏକ ପ୍ରକାର ଆଶ୍ୱାସନା। ସୂଚନା ଅନୁଯାୟୀ
ରାୟଗଡ଼ ପୌରାଞ୍ଚଳରେ ବହୁଳ ପରିମାଣରେ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ପୁରୁଣା ଗୃହକୁ ଭଙ୍ଗାଯିବା ସମୟରେ ସେଥୁରୁ ବାହାରୁଥିବା ଭଗ୍ନାବଶେଷ ଏବଂ ନୂତନ ଗୃହ କାର୍ଯ୍ୟ ପାଇଁ ଆବଶ୍ୟକ ବାଲି ଗୋଡି ସିମେଣ୍ଟ ଇତ୍ୟାଦି ବହୁଳ ପରିମାଣରେ ପୌର ପରିଷଦ ପରିସୀମା ଅନ୍ତର୍ଭୁକ୍ତ ରାସ୍ତା ଉପରେ କୋଠା ନିର୍ମାଣ ସଂସ୍ଥା ତଥା ମାଲିକ ନିୟମକୁ ଅଵମାନନା କରି ରାସ୍ତା ଉପରେ ମାସ ମାସ ସଂଖ୍ୟାରେ ପକାଇ ରଖୁଥିଲେ। ଏହାର ସୁପରିଚାଳନା ପାଇଁ ପୌର ପରିଷଦ ତରଫରୁ ଜନସାଧାରଣଙ୍କୁ ଡାକ ବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯିବା ସହ ଏହାକୁ ଦୃଢ ଭାବେ କାର୍ଯ୍ୟକାରୀ କରିବାପାଇଁ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିର୍ଦେଶକ୍ରମେ ଏକ ଏନଫୋର୍ସମେଣ୍ଟ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ ଜାରିରହିବା ସହିତ ମାଲିକ ମାନଙ୍କ ଦ୍ବାରା ଗଚ୍ଛିତ ସାମଗ୍ରୀ ଉଠାଯାଇ ଆଠ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି । ସେହିଭଳି ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବେଆଇନ ହୋର୍ଡିଂକୁ ମଧ୍ଯ ଏନଫୋର୍ସମେଣ୍ଟ ଟିମ ଦ୍ବାରା ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତମାନ ବି ସହରର ଅନେକ ସ୍ଥାନରେ ବେଆଇନ ହୋର୍ଡିଂଗ ରହିଛି ଯାହାକି ପର୍ଯ୍ୟାୟ କ୍ରମେ ସମସ୍ତ ହୋର୍ଡିଂଗ ହଟିବା ଏକ ପ୍ରକାର ନିଶ୍ଚିତ ହୋଇଛି। ସେହିପରି ୧୦ କିଲୋଗ୍ରାମ ଏକକ ବ୍ୟବହୃତ କରି ବା ପଲିଥିନକୁ ଜବତ କରାଯାଇ ଦଶ ହଜାର ପାଞ୍ଚଶହ ଟକା ଜରିମାନା ଆଦାୟ କରାଯାଉଛି । ସହରକୁ ସଫା ଏବଂ ସୁନ୍ଦର ରଖିବାର ପ୍ରୟାସ ପରିଷଦ ପକ୍ଷରୁ ଜାରି ରହିଥିବାବେଳେ ଉପରୋକ୍ତ କୌଣସି ନିୟମକୁ ଭଲଂଘନ କରାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିଷଦର ତରଫରୁ କଡ଼ା ନିର୍ଦେଶ ଜାରି ହୋଇଛି। ସେହିଭଳି ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ସମସ୍ତ ଜନସାଧାରଣ ତଥା ବ୍ୟବସାୟୀ ମାନଙ୍କୁ ସଚେତନ ରହିବା ସହିତ ସରକାରଙ୍କ ଦ୍ବାରା ପ୍ରଦତ୍ତ ନିୟମକୁ ଠିକ ଭାବେ ପାଳନ କରିବା ତଥା ସହରର ବିକାଶ ଏବଂ ସୌନ୍ଦର୍ଜ୍ୟ କରଣରେ ପରିଷଦକୁ ସହଯୋଗ କରିବା ପାଇଁ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି । ଅପରପକ୍ଷେ ସହରର ସୌନ୍ଦଯ୍ୟ କୁହା ଯାଉଥିବା ବିଜୁ ପଟନାୟକ ବସ ଷ୍ଟାଣ୍ଡ ସ୍ଥିତ ବିଜୁ ବାବୁଙ୍କ ପତିମୁର୍ତ୍ତ ନିକଟରେ ରହିଥିବା (I LOVE RAYAGADA) ତଥା ସୁନ୍ଦର ଉଦ୍ୟାନ ସମ୍ମୁଖରେ ଘରୋଇ ବସ ପାର୍କିଂଗ ଯୋଗୁଁ ତାହାର ସୌନ୍ଦର୍ଯ୍ୟ ଉପଭଗ କରିବାରେ ପର୍ଯ୍ୟଟକ ପାଇଁ ବାଧା ସୃଷ୍ଟି ହେଉଛି । ପୌରପରିଷଦ ଗୁରୁତ୍ୱ ଦେଇ ପ୍ରତିକାର ବ୍ୟବସ୍ଥା ତୁରନ୍ତ ଗ୍ରହଣ କରିବେ ବୋଲି ବୁଦ୍ଧିଜୀବୀ ଅଶାବାଦି। ତା ସହିତ ସହରର କପିଳାସ ରୋଡ, ସ୍ୱାଗତ ରୋଡ,ଭଳି
ଅନେକ ରାସ୍ତାରେ ରହୁଥିବା ବ୍ୟବସାୟ କୋଠା,ବ୍ୟାଙ୍କ ସମ୍ମୁଖରେ ପାର୍କିଂଗ ବ୍ୟବସ୍ଥା ନଥିବାରୁ ସେ ନେଇ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନି। ଯାହାଦ୍ୱାରା କି ଅନେକ ସମୟରେ ଜାନ ବାହାନ ଚଳାଚଳ ଯୋଗୁଁ ଅନେକାଂଶରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ତମାନ ଯେଉଁଭଳି ଆକ୍ସନ ମୁଡରେ ପୌରପରିଷଦ ରହିଛି ଏହାକୁ ଦେଖି ଜନସାଧାରଣ ସହରର ଟ୍ରାଫିକ ସମସ୍ୟା ତୁରନ୍ତ ଦୂର ହେବ ବୋଲି ସାଧାରଣରେ ଆଶାବାନ୍ଧି ରହିଛନ୍ତି।