
ବାଲେଶ୍ଵର-୭/୮(ନିପ୍ର)-ଉତ୍ତର ଓଡ଼ିଶାରେ ଉତ୍ତମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବାଲେଶ୍ବରର ଏପୋଲୋ କ୍ଲିନିକ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି ଆଜି ପୂର୍ବାହ୍ନରେ ୯ମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ମିହିର କୁମାର ନନ୍ଦୀ ମତପ୍ରକାଶ କରିଛନ୍ତି। ଅଦ୍ୟାବଧି ବିଗତ ୯ବର୍ଷ ମଧ୍ୟରେ ଏହି କ୍ଲିନିକ ୩,୦୦,୦୦୦ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ୭୫ ଜଣ ଅଭିଜ୍ଞ ବିଶେଷଜ୍ଞଙ୍କ ଦ୍ଵାରା ଯୋଗାଇ ଆସୁଛି ବୋଲି ସେ ପ୍ରକାଶ କରିଥିଲେ। ଏପୋଲୋ
କ୍ଲିନିକ ବିଭିନ୍ନ ଉଚ୍ଚ ପ୍ରତିଷ୍ଠିତ କମ୍ପାନୀ, ବ୍ୟାଙ୍କ ଓ କର୍ପୋରେସନର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି ବୋଲି ନିର୍ଦ୍ଦେଶକ ଅଭିଷେକ ନନ୍ଦୀ ଯୋଗଦେଇ ପ୍ରକାଶ କରିଥିଲେ।ବିଗତ ଦୁଇ ବର୍ଷ ଧରି ଏହି କ୍ଲିନିକ ସମଗ୍ର ଦେଶରେ ଉତ୍ତମ ଗୁଣବତ୍ତା ସେବା ପାଇଁ ପୁରସ୍କୃତ ହୋଇଥିବା ବେଳେ ଚଳିତ ବର୍ଷ ଶ୍ରେଷ୍ଠ ରାଜସ୍ବ ଆଦାୟ ପାଇଁ ପୁରସ୍କୃତ ହୋଇଛି ବୋଲି ଶ୍ରୀ ନନ୍ଦୀ ପ୍ରକାଶ କରିଥିଲେ।ଚଳିତ ବର୍ଷ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗ ଓ ଦୁର୍ଘଟଣାର ଶିକାର ହୋଇ ଘରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ମାନଙ୍କ ପାଇଁ ପୋର୍ଟେବଲ ଏକ୍ସରେ ବ୍ୟବସ୍ଥା କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ। ଏହି ସାମ୍ୱାଦିକ ସମ୍ମିଳନୀରେ ଇମ୍ଫାର ପୂର୍ବତନ ଉପସଭାପତି ପ୍ରଶାନ୍ତ କୁମାର ସାହୁ, ବାଲେଶ୍ବର ଜିଲ୍ଲା ଖାଉଟି ଅଦାଲତର ପୂର୍ବତନ ସଭାପତି ତଥା ପିଆରଓ ସୁକୁମାର ରଣା,ଅନୁଷ୍ଠାନର ନିର୍ଦ୍ଦେଶକ କୁନ୍ତଳା ନନ୍ଦୀ ଓ ଶୁଭ୍ରା ନନ୍ଦୀ, ବିତ୍ତ ଅଧିକାରୀ ରତିକାନ୍ତ ରାଉତ, ମାର୍କେଟିଂ ଅଧିକାରୀ ସୁରଜ କୁମାର ସାହୁ , ବରିଷ୍ଠ କର୍ମଚାରୀ ପ୍ରତ୍ୟୁଷ କୁମାର ମହାନ୍ତିଙ୍କୁ ପ୍ରମୁଖ ଉପସ୍ଥିତ ଥିଲେ।