“ମୟୂରଭଞ୍ଜରେ ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ”

ବାରିପଦା(କ:ବ୍ଯୁ) ତା୨୯.୦୭.୨୦୨୫
ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗର ମିଳିତ ଉଦ୍ୟମରେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ (ନିରାକରଣ ଓ ନିୟନ୍ତ୍ରଣ) ସମ୍ଭନ୍ଧୀୟ ) ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ନରେନ୍ଦ୍ର ଗାଇପାଇ, ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ)ଶ୍ରୀ ନିରଞ୍ଜନ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ସବିତା ମାଝୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଶ୍ରମ ଅଧିକାରୀ ଶ୍ରୀ ନାୟକ ସ୍ବାଗତ ସମ୍ଭାଷଣ ପ୍ରଦାନ କରିବା ସହ ଲେବର ଆକ୍ଟ ସମ୍ଭନ୍ଧ ରେ ବିସ୍ତୃତ ଭାବେ ଅବଗତ କରାଇବା ସହ ଅତୀତ ରେ ଜିଲ୍ଲାରେ ଉଦ୍ଧରିତ ଅନେକ ଶିଶୁ ଶ୍ରମିକ ବର୍ତମାନ ଉଚ୍ଚ ଶିକ୍ଷିତ ଓ ଉତ୍ତମ କର୍ମ ନିଯୁକ୍ତ ବୋଲି ସୂଚାଇ ଥିଲେ.ଏହି ଶିଶୁ ଓ କିଶୋର ଶ୍ରମିକ ନିରାକରଣ ଅଭିଯାନରେ ପ୍ରଶାସନ ତରଫରୁ ବିଭିନ୍ନ ସମୟ ରେ ଢ଼ାବା, ହୋଟେଲ ଓ ଅନ୍ୟାନ୍ୟ ଅନୁଷ୍ଠାନ ରେ ଅଚାନକ ଚଢ଼ାଉ କରାଯାଇ କମଳମତି ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରି ସେମାନଙ୍କୁ ଉପଯୁକ୍ତ ସ୍ଥାନ ରେ ଥଇଥାନ ବ୍ୟବସ୍ତା କରାଯାଉଛି. ଏହି ପ୍ରକ୍ରିୟା ନିରନ୍ତର ଚାଲୁ ରହିବ ଏବଂ ଏହି ସାମାଜିକ ବ୍ୟାଧିର ମୁଳୋତ୍ପାଟନ କରାଯିବ ବୋଲି କହିଥିଲେ। ମୁଖ୍ୟ ଅତିଥି ଅତିରିକ୍ତ
ଜିଲ୍ଲାପାଳ ଶ୍ରୀ ନାଏକ କହିଥିଲେ ଯେ ଦେଶର ପ୍ରଗତିରେ ଶିଶୁ ଓ କିଶୋର ଶ୍ରମିକ ଏକ ବିରାଟ ବଡ ପ୍ରତିବନ୍ଧକ। ଶିଶୁ ଓ କିଶୋର ଶ୍ରମିକ ହେବାର ମୁଖ୍ୟ କେତୋଟି କାରଣ ମଧ୍ୟରୁ ପିତାମାତଙ୍କ ଲାଳନ ପାଳନ ରେ ଦାୟିତ୍ୱହୀନତା, ପରିବାରର ଆର୍ଥିକ ଅଭାବ ଏବଂ ଶିଶୁଟିର ଉପଯୁକ୍ତ ଶିକ୍ଷାର ଅଭାବରୁ ଅନ୍ୟ ମାନଙ୍କ ଭୁଲ ପ୍ରୋରଚନା ଅନ୍ୟତମ। ତେଣୁ “ଶ୍ରମ ନୁହେଁ – ଶିକ୍ଷା ଚାହୁଁ” ଉକ୍ତିକୁ ଯଥାର୍ଥ ଭାବେ ଫଳପ୍ରସୂ କରିବା ପାଇଁ ଶିଶୁ ଓ କିଶୋର ଶ୍ରମିକ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ ରେ ଜିଲ୍ଲାକୁ ଶିଶୁ ଓ କିଶୋର ଶ୍ରମିକ ନିଯୁକ୍ତିରୁ ମୁକ୍ତ କରାଇବା ପାଇଁ ପଡିବ ବୋଲି କହିଥିଲେ। ଏଥି ପାଇଁ ଅନେକ ଜିଲ୍ଲା ସ୍ତରୀୟ କମିଟି ରହିଛି ଯାହା ଦ୍ଵାରା ଅନେକ ଅନାଥ ଶିଶୁ ମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଉଛି । ଏଥି ନିମନ୍ତେ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ସଚେତନତା କୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ. ଏହି ପରିପ୍ରେକ୍ଷୀରେ ସେ ତାଙ୍କ ବକ୍ତବ୍ୟ ରେ ସଚେତନତା ସୃଷ୍ଟି କରିବା ରେ ଗଣମାଧ୍ୟମ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ.ଗ୍ରାମ୍ୟ ସ୍ତରରୁ ସହର ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପି ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଗଣମାଧ୍ୟମ ର ସହଯୋଗ କାମନା କରିଥିଲେ. ସଚେତନତା ମାଧ୍ୟମ ରେ ଆମେ ଚେଷ୍ଟା କରିବା ଯେ ଜିଲ୍ଲା ରେ ୧୪ ବର୍ଷରୁ କମ୍ ବୟସର ଶିଶୁ ଯେମିତି କୌଣସି କାର୍ଯ୍ୟ କ୍ଷେତ୍ର ରେ ନିଯୁକ୍ତି ହେବେ ନାହିଁ ଏବଂ ୧୪ ରୁ ୧୮ବର୍ଷ କିଶୋର ମାନେ ଯେମିତି କୌଣସି ବିପଦ ସଂକୁଳ କାଯ୍ୟ ରେ ନିଯୁକ୍ତ ହେବେ ନାହିଁ. ଯଦି ଏହାର ଉଲଂଘନ ହେବାର ଦୃଷ୍ଟି ଗୋଚର ହୁଏ ତେବେ ନିଯୁକ୍ତି ଦାତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ. ମୟୂରଭଞ୍ଜ ଜିଲ୍ଳାକୁ ଶିଶୁ ଓ କିଶୋର ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ପରିଚିତ କରି ମଡେଲ ଜିଲ୍ଲା ଭାବେ ପରିଗଣିତ କରିବା ପାଇଁ ସମାଜର ସବୁ ବର୍ଗର ଲୋକମାନଙ୍କ ସହଯୋଗ କାମନା କରିଥିଲେ।

ମଂଚାସୀନ ଅନ୍ୟାନ୍ୟ ଅତିଥି ବୃନ୍ଦ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ତଥା ଶିଶୁ ଶ୍ରମ ମୁକ୍ତ ଓଡିଶା – ଆମର ସଂକଳ୍ପ ଉପରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।

ଏହି ପରିପ୍ରେକ୍ଷୀରେ ସମସ୍ତ ଦୋକାନ ଏବଂ ସ୍ଥାନୀୟ ଆଉଟଲେଟ ମାନଙ୍କରେ “We Don’t Employ Child Labour” ( ଆମେ ଶିଶୁ ଶ୍ରମିକ ନିଯୁକ୍ତ କରୁନାହୁଁ) ର ବୋର୍ଡ ଲଗାଇବାକୁ ମତ ପ୍ରକାଶ ପାଇଥିଲା।

ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଓରମାସ ର ଡେପୁଟି ସି ଇ ଓ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବ୍ଲକର ସହକାରୀ ଶ୍ରମ ଅଧିକାରୀ, ସ୍ବେଛାସେବୀ ଅନୁଷ୍ଠାନ ର ସଦସ୍ୟ,ଜିଲ୍ଲା ଶିଶୁ ମଙ୍ଗଳ ସମିତିର କର୍ମକର୍ତା, ବଣିକ ସଙ୍ଘର କର୍ମକର୍ତ୍ତା ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *