“ଜିଲ୍ଲା ଆରକ୍ଷୀ ବିଭାଗ ଓ ଜିଲ୍ଲା ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ ଅଭିଯାନ –୨୦୨୫ ମା ପାଇଁ ଗଛ ଟିଏ -୨.୦ “ଅନୁଷ୍ଠିତ ହୋଇଯାଇଛି”

ବାରିପଦା(କ:ବ୍ଯୁ) ତା୩୧-୦୭-୨୦୨୫ ରିଖ
ଆଜି ବାରିପଦାସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ ପଡିଆ ଠାରେ ଜିଲ୍ଲା ଆରକ୍ଷୀ ବିଭାଗ ଏବଂ ଜିଲ୍ଲା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ ଅଭିଯାନ -୨୦୨୫
(ମା ପାଇଁ ଗଛଟିଏ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ଯୋଗ ଦେଇଥବା ବେଳେ ସମ୍ମାନିତ ଅତିଥି ଭାବେ ବାରିପଦା ବନଖଣ୍ଡ ଅଧିକାରୀ ଉମା ମହେଶ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ ଏହି ପବିତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ୱାଗତ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ଗୁଣ୍ଟୁପାଲ୍ଲୀ କହିଥିଲେ ଯେ ଏହି ବୃକ୍ଷ ରୋପଣ ଅଭିଯାନର ମୁଖ୍ୟ ଉଦେଶ୍ୟ ହେଉଛି ମୟୁରଭଞ୍ଜକୁ ଏକ ସବୁଜ ସୁନ୍ଦର ଜିଲ୍ଲା ଭାବେ ଗଢିବା ତୋଳିବା ସହିତ ସ୍ୱାସ୍ଥ୍ୟ ଉପଯୋଗୀ ସୁନ୍ଦର ପରିବେଶ ସୃଷ୍ଟି କରିବା।

Leave a Reply

Your email address will not be published. Required fields are marked *