
ଖପ୍ରାଖୋଲ- ୧୮/୭(ସରୋଜ କୁମାର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଓଡ଼ିଆପାଲି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତପନେଶ୍ୱର୍ ସାହୁ (୮୫) ଙ୍କ ଶୁକ୍ରବାର ସକାଳେ ନିଜ ଗାଁ ଭାଲୁଡୁଙ୍ଗୁରି ନିଜ ଘରେ ମୃତ୍ୟୁ ହୋଇଯାଇଛି। ଶୁଣିବାକୁ ମିଳିଛି ଯେ ସେ ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ। ସେ ତିନି ଥର ପଞ୍ଚାୟତରେ ୱାର୍ଡ ମେମ୍ବର ଥିବା ବେଳେ ୨୦୦୨ ରୁ ୨୦୦୭ ଯାଏଁ ଓଡ଼ିଆପାଲି ପଞ୍ଚାୟତ ର ସରପଞ୍ଚ ପଦବୀରେ ରହିଥିବା ସହିତ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ ମଧ୍ୟ ଥିଲେ। ତାଙ୍କ ଶେଷ କୃତ୍ୟ ପାରିବାରିକ ଶ୍ମଶାନ ରେ ଅନୁଷ୍ଠିତ ହୋଇଥିଲା ବେଳେ ବଡ ପୁଅ ପୀତବାସ ମୁଖାଗ୍ନୀ ଦେଇଥିଲେ। ମଝିଆ ପୁଅ ବାବୃ, ସାନ ପୁଅ କାଳିଆ ସମେତ ଝିଅ, ଜ୍ବାଇଁ,ନାତୁଣୀ, ନାତି, ବନ୍ଧୁବର୍ଗ ଉପସ୍ଥିତ ଥିଲେ। ପୂର୍ବତନ ସରପଞ୍ଚ ଙ୍କ ବିୟୋଗ ପରେ ନିଜ ଗାଁ ଓ ପଞ୍ଚାୟତ ରେ ଶୋକ ଶୋକର ଛାୟା ଖେଳିଯାଇଛି। ଭାଜପା ମଣ୍ଡଳ ସଭାପତି ଉମାକାନ୍ତ ପ୍ରଧାନ,ଉପମୁଖ୍ୟ ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ତାପସ ବେହେରା, ଅଭୟ ତ୍ରିପାଠୀ ପ୍ରମୁଖ ଅନେକ ଭଦ୍ରବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।