ଖପ୍ରାଖୋଲ ପଞ୍ଚାୟତ ସମିତି ବୈଠକ, ଉନ୍ନୟନ କାମ ସହିତ ଶିକ୍ଷା, ବିଜୁଳି, ପାନୀୟ ଜଳ ଯୋଗାଣ ଉପରେ ଆଲୋଚନା


ପାଟଣାଗଡ- ୮/୭। (ସରୋଜ କୁମାର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବୁକ ସ୍ଥାନୀୟ ପଞ୍ଚାୟତ ସମିତି ସଭା ଗୃହ ଠାରେ ପଞ୍ଚାୟତ ସମିତି ବୈଠକରେ ଅଧ୍ୟକ୍ଷା ନିରୂପମା ପୁଟେଲ ଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ସ୍ବାଗତ ଜଣାଇଥିବା ବେଳେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପରମେଶ୍ବର ନାଏକ ପୂର୍ବ ବୈଠକ ର ବିବରଣୀ ପଠନ କରିଥିଲେ। ଏହି ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କାମର ପ୍ରସ୍ତାବ ଓ ଆଲୋଚନା ହୋଇଥିଲା। ସେହିପରି କୃଷି,ଶିକ୍ଷା, ସ୍ୱାସ୍ଥ୍ୟ , ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ କାଟ ଉପାରେ ଆଲୋଚନା ହୋଇଥିଲା। ବୈଠକ ରେ ଉପ ମୁଖ୍ୟମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ସାଂସଦ ଙ୍କ ବ୍ଲକ ପ୍ରତିନିଧି ସନ୍ତୋଷ କୁମାର ଭଇଁସାଲ,ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ମେହେର, ପ୍ରମିଳା ପାଥର, ସହକାରୀ ଯନ୍ତ୍ରୀ କୁଳମଣି ଭୋଇ, ସହକାରୀ ଯନ୍ତ୍ରୀ ରାଜ କିଶୋର ନାଏକ, ସୂର୍ଯ୍ୟ ଭାନୁ ମେହେର,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ସୁରଜ କୁମାର ଦୀପ, ଖପ୍ରାଖୋଲ ବନ ପାଳ ସୁଧିର କୁମାର ଜେନା, ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଅମିତ ମିଶ୍ର, ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଶ୍ୟାମ କୁମାର,,କନିଷ୍ଠ ଯନ୍ତ୍ରୀ ଚିନ୍ମୟ ପ୍ରଧାନ, ବ୍ଲକ୍ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜିନୀତା ବରୁଆ,ସରପଞ୍ଚ ବୈଦ୍ୟନାଥ ମିଶ୍ର, ସୁଶିଲ କୁମାର ଗୁରୁ, ରୀନା ଜାଲ, ସୁମତି ପ୍ରଧାନ,ଉପେନ୍ଦ୍ର ଭୋଇ ପ୍ରମୁଖ ବିଭିନ୍ନ ପଞ୍ଚାୟତ ର ସମିତି ସଭ୍ୟା ସଭ୍ୟ,ସରପଞ୍ଚ, ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପରମେଶ୍ଵର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *