ଓଡ଼ିଶା ଡ୍ରାଇଭର ମହାସଂଘ ର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ୩ୟ ଦିନରେ, ଅଖ ଚକ ବନ୍ଦ, ଲୋକ ହନ୍ତ ସନ୍ତ ।

ଉମରକୋଟ :-.୧୦.୦୬.୨୦୨୫ ଓଡ଼ିଶା ଡ୍ରାଇଭର ମହାସଂଘ ର ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ୩ୟ ଦିନରେ ୭ଦଫା ଦାବି ନେଇ ରାଜ୍ୟ ବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିଅରିଂ ଛାଡ ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ଚିକଲପଦର କାର୍ଯ୍ୟାଳୟ ଠାରେ ୮ତାରିଖ ସକାଳ ଠାରୁ ସମସ୍ତ ଡ୍ରାଇଭର ମହାସଂଘର ସଦସ୍ୟ ମାନେ ଷ୍ଟିଅରିଂ ଛାଡ କରି ଆନ୍ଦୋଳନ ଅଡି ବସିଅଛନ୍ତି। ଡ୍ରାଇଭର ମହାସଂଘ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ନାରାବାଜି ଦେଇ ସମସ୍ତ ଦାବି ଗୁଡିକୁ ମାନିବା ପାଇଁ ସରକାର ଙ୍କ ପାଖରେ ବାରମ୍ବାର ଗୁହାରି କରିବା ସତ୍ୱେ କୌଣସି ସୁଫଳ ମିଳି ନ ଥିବା ହେତୁ ଦୁଃଖ ପ୍ରକାଶ କରିବା ସହ ଅନୁରୋଧ କରିଛନ୍ତି। ପୂର୍ବ ସରକାର ଏହି ସମସ୍ୟା ଉପରେ ଧ୍ୟାନ ନ ଦେଇ ଏଡାଇ ଦେଇଥିଲେ। ଏଣୁ ବର୍ତ୍ତମାନ ର ସରକାର ଏହି ସବୁ ଦାବି କୁ ଗେଜେଟେଡ଼ ନୋଟିଫିକେସନ କିମ୍ବା ଲିଖିତ ଅବା ମୁଖ୍ୟ ମନ୍ତ୍ରୀ ନିଜେ ଗଣମାଧ୍ୟମ ଆଗରେ ଘୋଷଣା ନ କରିବା ଯାଏ ଆନ୍ଦୋଳନରୁ ଅହରିବେ ନାହିଁ ବୋଲି କହିଛନ୍ତି। ଆନ୍ଦୋଳନ ସମୟରେ ଜରୁରୀ କାଳୀନ ସେବା କୁ ଛାଡ଼ି ବସ୍, ଟ୍ରକ୍ ଏବଂ ଅଟୋ-ରିକ୍ସା ସମେତ ଅନ୍ୟ ସମସ୍ତେ ସେମାନଙ୍କର ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି ଚାଲିବେ । ସେମାନଙ୍କ ୭ଦଫା ଦାବି ଯାହାକି ଅଟୋ ଚାଳକଙ୍କୁ ଡ୍ରାଇଭର କଲ୍ୟାଣ ସଂଘରେ ସାମିଲ କରିବା, ୬୦ ବର୍ଷ ବୟସ ହେବା ପରେ ଡ୍ରାଇଭରଙ୍କୁ ଭତ୍ତା,୧୦୦ କିଲୋମିଟର ଅନ୍ତରରେ ପାର୍କିଂ ଓ ଶୌଚାଳୟର ବ୍ୟବସ୍ଥା, ୧ ସେପ୍ଟେମ୍ବରକୁ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି କହିଛନ୍ତି ଏହିଭଳି ୭ ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ଦେଖିବାକୁ ମିଳିଛି। ରିପୋର୍ଟ. ସନ୍ତୋଷ ଦଳାଇ , ଉମରକୋଟ

Leave a Reply

Your email address will not be published. Required fields are marked *