ଗୋଚର ଜମି ନଥିବାରୁ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ ଅଜବ ଢଙ୍ଗ ରେ ଧାରଣା ଦେଲେ ଗ୍ରାମବାସୀ ।

କେସିଙ୍ଗା ତା 30.06.25

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ କଶୃପଡ଼ା ପଞ୍ଚାୟତ ଶୁକୁନାଭଟା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଜବ ଢଙ୍ଗ ଘଟଣା । ସୂଚନା ମୁତାବକ ସୂକୁନାଭଟା ଗ୍ରାମର ନାମରେ ଦୀର୍ଘ ବର୍ଷ ଧରି ଗୋଚର ଜମି ୫୨ ଏକର ଏବଂ ଜଳଚର ଜମି ୨୦ ରୁ ୪୦ ଏକର ଥିବା ଗ୍ରାମବାସୀ ମତ ଦେଉଥିବା ବେଳେ କିନ୍ତୁ ବର୍ତ୍ତମାନ ତାହା କିଛି ସ୍ଥାନୀୟ ଲୋକେ ସେହି ଜମି ମାନଙ୍କୁ ଜବରଦଖଲ କରିଥିବା ବେଳେ ଗାଈ ଗୋରୁ ଙ୍କ ପେଟ ପୋଷଣ ପାଇଁ କିଛି ଜମି ନଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଫଳରେ ଗ୍ରାମବାସୀ ଉପାୟ ଶୂନ୍ୟ ହୋଇ ସୋମବାର ଭୋର ସକାଳୁ କଶୃପଡ଼ା ରାଜସ୍ୱ ନିରୀକ୍ଷକ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପାଖାପାଖି ୭୦ ରୁ ଉର୍ଦ୍ଧ ଗାଈଗୋରୁ ଙ୍କୁ ଆଣି ପ୍ରବଳ ବର୍ଷାରେ ଧାରଣା ଦେଇଛନ୍ତି । ଗ୍ରାମବାସୀଙ୍କ କହିବାନୁଯାୟୀ ପୂର୍ବରୁ ସୁକୁନାଭଟ୍ଟା ଗ୍ରାମର ଗୋଚର ଜମି ଏବଂ ଜଳଚର ଜମି ଚିହ୍ନଟ କରାଇଦେବା ପାଇଁ କଶୃପଡା ରାଜସ୍ୱ ନିରୀକ୍ଷକ ଅଧିକାରୀ, କେସିଙ୍ଗା ତହସିଲଦାର ଏବଂ ଶେଷରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ପାଖକୁ ମଧ୍ୟ ଲିଖିତ ଅଭିଯୋଗ ଦେଇଥିବା ସତ୍ତ୍ଵେ କୌଣସି ଲାଭ ନହେବାରୁ ବାଧ୍ୟ ହୋଇ ଗ୍ରାମବାସୀ ଆଜି ଏପ୍ରକାର ପଦକ୍ଷେପ ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ଗ୍ରାମ ବାସୀଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୁକୁନାଭଟା ଗ୍ରାମର ଗୋଚର ଏବଂ ଜଳଚର ଜମି ଚିହ୍ନଟ କରାଇ ଦିଅନ୍ତୁ ତାପରେ ଆମ୍ଭେ ଧାରଣା ରୁ ହୋହରିବୁ ବୋଲି ଦାବି କରିଥିଲେ । ଉକ୍ତ ବିଷୟରେ ଖବର ପାଇ କେସିଙ୍ଗା ଅତିରିକ୍ତ ତହସିଲଦାର ହରିସିଂ ମାଝି ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ଆସନ୍ତା ତିନି ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଗୋଚର ଏବଂ ଜଳଚର ଜମି ଚିହ୍ନଟ କରିଦିଆଯିବ ଆଉ ଗ୍ରାମର ଗାଈଗୋରୁ ଆରାମ ରେ ନିଜ ଖାଦ୍ୟ ଅଭାବ କୁ ପୂରଣ କରିପାରିବେ ବୋଲି ପ୍ରତିଶ୍ରୁତି ଦେବାପରେ ସମସ୍ତ ଗ୍ରାମବାସୀ ନିଜ ଗାଈଗୋରୁ ନେଇ ସୁକୁନାଭଟା ଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *