250 କିଲୋ ଲୁହା ସାମଗ୍ରୀ ଚୋରି ଘଟଣା ରେ 5 ଜଣ କୁ କୋର୍ଟ ଚାଲାଣ

କେସିଙ୍ଗା : ତା 04.07.2025

କଳାହାଣ୍ଡି ଜିଲା କେସିଙ୍ଗା ସ୍ପିନିଂ ମିଲ୍‌ରୁ ଗୁରୁବାର ମଧ୍ୟାହ୍ନରେ ଅତି ମୂଲ୍ୟବାନ ଲୁହା ଜିନିଷପତ୍ର ଚୋରି ହୋଇଥିଲା। ଏ ନେଇ ସ୍ପିନିଂ ମିଲ୍‌ କର୍ତ୍ତୃପକ୍ଷ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ୍‌ ତଦନ୍ତ କରିଥିଲା। ୪ ଜଣ ଚୋର ଓ ଜିନିଷ କିଣି ଥିବା କବାଡ଼ିଙ୍କୁ ପୋଲିସ ଗିରଫ କରି ପଚରାଉଚରା ସମସ୍ତ ପ୍ରମାଣିତ ହେଲା ପରେ ଶୁକ୍ରବାର ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ଭବାନୀପାଟଣାରୁ ଏକ ସନ୍ଧାନୀ କୁକୁର ଦ୍ୱାରା ଅନୁସନ୍ଧାନ କରାଯାଇ ଚୋରଙ୍କୁ ଗିରଫ କରାଯାଇଛି। ଏହି ଚୋରମାନେ କେସିଙ୍ଗା ସହର ବୋଲି ଜଣାପଡ଼ିଛି।
ଏ ସଂକ୍ରାନ୍ତରେ କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କୁ ପଚାରିବାରୁ ଆଜି ଶୁକ୍ରବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ସେମାନଙ୍କଠାରୁ ସ୍ପିନିଙ୍ଗ ମିଲ୍‌ରେ ବ୍ୟବହୃତ ଲୁହା ସାମଗ୍ରୀ 250 କିଲୋ ସିଜ୍‌ କରାଯାଇଛି ବୋଲି ପ୍ରକାଶ କରିଥିଲେ। ସୁଚନା ଅନୁଯାୟୀ କେସ ନଂ 331(3),305,(a),61(2) ଦଫା ରେ ମାମଲା ରୁଜୁ ହୋଇଛି |

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *