45ବର୍ଷୀୟ ଯୁବକ ବିଦ୍ୟୁତ ତlରରେ ସକ ହୋଇ ପ୍ରାଣ ଯାଇଛି

ବରଗଡ଼ -(ଗାଇସିଲଟ, ଜଡ଼ାଗଞ୍ଜା )ତା 2-7- 25 ଆଜି ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ, ଚାଣ୍ଟି ପାଲି ଗାଁର ଅନନ୍ତ ସାହୁ ନାମକ ଜଣେ 45ବର୍ଷୀୟ ଯୁବକ ବିଦ୍ୟୁvତ ତlରରେ ସକ ହୋଇ ପ୍ରାଣ ଯାଇଛି l ବିଚାରର ବାପାଙ୍କ ବେମାର ଯୋଗୁଁ ଆଖିକୁ କିଛି ଦେଖାଯାଉନାହିଁ l ଅନନ୍ତ ସାହୁଙ୍କ କେବଳ ପାଞ୍ଚଟି ଝିଅ, ପରିବାର ପରିପୋଷଣ କରିବାକୁ କେହି ନାହିଁ ତେଣୁ ଏବେ ଦୁଃଖିତ ପରିବାରରେ ଚିନ୍ତାର ବିଷୟ ହୋଇଛି l ବିଚରା ଗାଁରେ ଜଣେ ଭଦ୍ର ଓ ବିଶିଷ୍ଠ ବ୍ୟକ୍ତି ଥିବାରୁ ଗାଁରେ ଶୋକର ଛାୟା ଖେଳିଯାଇଛି l ଲୋକଙ୍କ ଘରୋଇ ଉତ୍ସବରେ ହଉ କି ଗାଁର ଜାନି ଯାତ୍ରାରେ ସବୁକ୍ଷେତ୍ରରେ ତାର ସହଯୋଗର ହାତ ରହିଥିଲା l ଘଟଣାଟି ଗାଁ ଲୋକ ଜାଣିବାକ୍ଷଣି ଉଦ୍ଧlର କରିବାକୁ ଚେଷ୍ଟା କରି ନିରାଶ ହୋଇଥିଲେ l କାରଣ ଲାଇନ ତାର ତଳେ ପଡିଯାଇଥିବା ହେତୁ ଆହୁରି ବିପଦରେ ସଂକେତ ଥିଲା l ଏହା ଜଣାଇବାରୁ ବିଦ୍ୟୁତ ଅଧିକାରୀ ପହଁଞ୍ଚି ଲାଇନ କାଟିଲା ପରେ ମାରି ସାରିଥିଲା l ୟା ପରେ ମେଲଚ୍ଛାମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଅନୁସନ୍ଧାନ ମୂଳକ ପଚରାଉଚରା କରି ବିଦ୍ୟୁତ ବିଭାଗକୁ ଘୋର ନିନ୍ଦା କରିଥିଲେ l ତଳେ ଲାଇନ ତାର ପଡ଼ିଥିବା ଅଭିଯୋଗ ଜାଣି ସୁଦ୍ଧା ପ୍ରତିକାର ନ କରିବାରୁ ଅନନ୍ତ ସାହୁଙ୍କ ଜୀବନ ଗଲା l ଏଣୁ ଟାଟା ପାୱାର କର୍ମଚାରୀ ମୃତକ ପରିବାରଙ୍କୁ ଷାଠିଏ ଲକ୍ଷ୍ୟ ଟଙ୍କା ଓ ଦୁଇ ଜଣଙ୍କୁ ଚାକିରୀ ଦେବାକୁ ପୋଲିସ ଆଗରେ ଲିଖିତ ପ୍ରତିଶୃତି ଦେଇଛନ୍ତି l ଏହାପରେ ପୋଲିସ ମୃତକ ଅନନ୍ତ ସାହୁଙ୍କ ଶରୀରକୁ ବ୍ୟବଚ୍ଛେଦ ଲାଗି ପଦ୍ମପୁର ନିକଟକୁ ପଠାଇଥିଲେ l ଏହି ବିଷୟକୁ ଅଞ୍ଚଳର ସାମ୍ବାଦିକମାନେ ବିଦ୍ୟୁତ ବିଭାଗକୁ ଦାୟିକରି ପଚାରିବାରୁ ଜଣେ ନିମ୍ନ କର୍ମଚାରୀ ଦିଲୀପ ସାହୁ କଥାକଥିତ ଗାଇସିଲେଟ JE ଙ୍କ ସମ୍ମୁଖରେ ଅସମ୍ମାନ ବ୍ୟବହାର ପ୍ରଦର୍ଶନ କରିଥିଲେ l ଏଣୁ ଅଞ୍ଚଳରୁ ସାମ୍ବାଦିକ ଭାଇମାନେ ଗାଇସିଲେଟ ଜେ. ଇ. ଓ ସରକାରଙ୍କୁ ଭବିଷ୍ୟତ ଚିନ୍ତାଧାରା ନେଇ ଜଣାଇବାକୁ ବାଧ୍ୟ୍ୟହେବୁ l ଏଥିପ୍ରତି ଅଧିକାରୀ ପଦକ୍ଷେପ ନେବାକୁ ବାଧ୍ୟ୍ୟହେଉ l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ l

Leave a Reply

Your email address will not be published. Required fields are marked *