
ବାରିପଦା,ଉଦଳା(କ:ବ୍ଯୁ) ତା୩/୭/୨୦୨୫ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ସହର ର ଆଧ୍ୟାତ୍ମିକ ମାର୍ଗ ରେ ଗଢ଼ିଉଠିଥିବା ଘରୋଇ ଶିକ୍ଷା ଅନୁଷ୍ଠାନର ପ୍ରତିଷ୍ଠାତା ଶରତ ଚନ୍ଦ୍ର ମହାଳିକ (ଗୋବିନ୍ଦ ଭାଇ) ଭାବେ ଶୁପରିଚିତ ।ଗୁରୁବାର ଦିନ ଉଦଳା କଲେଜ ରୋଡ଼ ସ୍ଥିତ ଶ୍ରୀମା ପୂର୍ଣ୍ଣାଙ୍ଗ ଶିକ୍ଷା ନିକେତନ ରେ ତାଙ୍କର ୭ମ ଶ୍ରୃତି ଚାରଣ ସଭା ଶିକ୍ଷା ଅନୁଷ୍ଠାନ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି।
ବିଦ୍ୟାଳୟ ର ସ୍ଥାୟୀ ସଭାପତି ସୈମ୍ଯସୁମନ ଦାଶ ଙ୍କ ଅଧ୍ୟକ୍ଷତାରେ ଏହି ସଭାକାର୍ଯ୍ୟ ଅନୁଷ୍ଠିତ ହୋଈ ସର୍ବପ୍ରଥମେ ଶ୍ରୀମା ଶ୍ରୀ ଅରବିନ୍ଦ ଙ୍କ ପାଦପଦ୍ମ ରେ ଧୂପଦୀପ ପ୍ରଜ୍ବଳନ କରାଯାଇ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ବିଦ୍ୟାଳୟ ର ସମ୍ପାଦିକା ସୁଜାତା ମହାଳିକ ଅଧ୍ଯକ୍ଷା ଶୁଶ୍ରୀ ସନ୍ତୋଷନୀ ମହାନ୍ତି ଗୋବିନ୍ଦ ଭାଇ ଙ୍କ ର ଆଦିବହୁଳ ଇଲାକା ରେ ଆଧ୍ୟାତ୍ମିକ ଶିକ୍ଷାନୁଷ୍ଠାନ ପ୍ରତି ଉଚ୍ଚ କୋଟିର ପ୍ରୟାସ ଓ ତାଙ୍କ ସ୍ଵପ୍ନ କୁ ସାକାର କରିବା ପାଇଁ ତାଙ୍କ ସହଧର୍ମିଣୀ ଉଦ୍ୟମ ଜାରୀ ରଖିଛନ୍ତି। ଶେଷରେ
ଦୀଲ୍ଲୀପ କୁମାର ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ,ଲକି ଅପା, ନିବେଦିତା ଅପା, ଦୂର୍ଗା ଅପା, ରେଖା ଅପା,
ବିନ୍ଦୁ ରେଖା ଅପା, ଅନନ୍ତ ଭାଇ ଓ ଅନ୍ୟାନ୍ୟ ଅପା ଭାଇ ମାନେ ଶ୍ରୁତି ଚାରଣ ରେ ଅଂଶଗ୍ରହଣ କରି ସଭାକୁ ସାଫଲ୍ଯ ମଣ୍ଡିତ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)