ରଥ ଯାତ୍ରା ରେ ବୀଣାପାଣି କଳାର ଦେବଦାସୀ ନୃତ୍ୟ ପରିବେଷଣ।

ଚଣ୍ଡିଖୋଲ : ୨୮/୬(କବ୍ୟୁ) : ପବିତ୍ର ଘୋଷ ଯାତ୍ରା ଅବସରରେ ଚଣ୍ଡିଖୋଲ ଗାନ୍ଧୀ ଛକ ସ୍ଥିତ ବୀଣାପାଣି କଳା ପୀଠ ର କଳାକାର ମାନଙ୍କ ଦ୍ବାରା ଦେବଦାସୀ ନୃତ୍ୟ ପରିବେଷଣ କରଯାଇଥିଲା।ଧର୍ମଶାଳା ସ୍ଥତ
 ଜଗନ୍ନାଥ ମନ୍ଦିରରେ ପାଳିତ ରଥଯାତ୍ରା ସମୟରେ ଠାକୁରମାନଙ୍କ ପହଣ୍ଡି ସମୟରେ ଓ ରଥଟଣା ବେଳେ ଏହିନୃତ୍ୟ ପରିବେଷଣ କରାଯାଇଥିଲା ଯାହା ଭକ୍ତ ଓ ଶ୍ରଦ୍ଧାଳୁମାନେ ବେଶ ଉପଭୋଗ କରି ଥିଲେ। ବୀଣାପାଣି କଳା ପୀଠ ର ଅଧକ୍ଷ ସଙ୍ଗୀତ ଗୁରୁ ବିପିନ ବିହାରୀ ସ୍ଵାଇଁ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ କଳା ପୀଠ ର ନୃତ୍ୟାଙ୍ଗନା ମାନେ ଦେବଦାସୀ ନୃତ୍ୟ ପରିବେଷଣ କରିଥିଲେ।ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମାତା ମିନତୀ ସାହୁ, ବିଶିଷ୍ଟ ସମାଜ ସେବୀକା ମାଧୁରୀ ଶତପଥୀ, ଲୋପା ମୁଦ୍ରା ଷଣ୍ଢ ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *