ଗୋପାଳପୁର ପୋର୍ଟକୁ ପରିବହନ ସୁବିଧା ଦାବୀ କଲେ ୩ ଟ୍ରକ ମାଲିକ ସଂଘ ।

ଛତ୍ରପୁର : ୧୮.୦୬.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗୋପାଳପୁର ପୋର୍ଟରେ ପରିବହନ ସୁବିଧା ସ୍ଥାନୀୟ ଲୋକଙ୍କ ଟ୍ରକକୁ ମିଳୁନି । ଏନେଇ ବାରମ୍ବାର ତଥା କିଛି ବର୍ଷ ହେଲା ଗୋପାଳପୁର ପୋର୍ଟ,ଗଂଜାମ ଜିଲାପାଳ ଓ ଛତ୍ରପୁର ଉପଜିଲାପାଳଙ୍କୁ ଭେଟି ଜଣାଇଥିଲେ ମଧ୍ୟ ସ୍ଥାନୀୟ ଟ୍ରକ ଗୁଡିକୁ ମାଲ ପରିବହନ ପାଇଁ ଗୋପାଳପୁର ପୋର୍ଟ ରେ ସୁଯୋଗ ଦିଆଯାଉନି । ଏହାର ପ୍ରତିବାଦ କରିବା ସହ ୩ ଟି ଟ୍ରକ ମାଲିକ ସଂଘ ଏକାଠି ହୋଇଛନ୍ତିା ବାହାର ରାଜ୍ୟ ତଥା ଜିଲାର ଟ୍ରକ ଗୁଡିକୁ ଗୋପାଳପୁର ପୋର୍ଟରେ ମାଲ ପରିବହନ ପାଇଁ ସୁବିଧା ଦିଆଯାଉଥିବା ବେଳେ ସ୍ଥାନୀୟ ତଥା ଗଂଜାମ ଜିଲାର ଟ୍ରକ ଗୁଡିକୁ ମାଲ ପରବହନ ପାଇଁ ଅନୁମତି ଦିଆଯାଉନି । ଏନେଇ ଗଂଜାମ ଟ୍ରକ ମାଲିକ ସଂଘ, ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ ଓ ମା ଦକ୍ଷଣକାଳୀ ପରିବହନ ମାଲିକ ସଂଘ ପକ୍ଷରୁ ମଙ୍ଗଳବାର ଛତ୍ରପୁରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ବାହାର ଜିଲା ଓ ରାଜ୍ୟର ଟ୍ରକ କୁ ଗୋପାଳପୁର ପୋର୍ଟରେ ମାଲ ପରିବହନ ବନ୍ଦ କରିବାକୁ ଉକ୍ତ ୩ ସଂଘ ପକ୍ଷରୁ ଦାବି ହୋଇଛି । ନଚେଚ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଗୋପାଳପୁର ପୋର୍ଟ କର୍ତୂୁପକ୍ଷ, ଜିଲାପ୍ରଶାସନ ଏନେଇ ନଶୁଣିବାରୁ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଭେଟି ଉକ୍ତ ୩ ଟ୍ରକ ମାଲିକ ସଂଘ ର କର୍ମକର୍ତାଙ୍କ ପକ୍ଷରୁ ଏଥିରେ ହସ୍ତକ୍ଷେପ କରି ସମସ୍ୟା ସମାଧାନ ପାଇଁ ନିବେଦନ କରାଯାଇଛି । ବାହାର ରାଜ୍ୟ ଓ ଜିଲା ର ୪ ଟି ମାଲିକଙ୍କ ୩୦୦ ଟ୍ରକ ଅଛି ଏବଂ ସେମାନେ ହିଁ କେବଳ ଗୋପାଳପୁର ପୋର୍ଟକୁ ମାଲ ପରିବହନ କରୁଛନ୍ତି । ସେମାନଙ୍କର କୌଣସି ସଂଘ ନାହିଁ ବୋଲି କୁହାଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ ର ସାଧାରଣ ସମ୍ପାଦକ ଜି.ଭାସ୍କର ରେଡି, ଗଂଜାମ ଟ୍ରକ ମାଲିକ ସଂଘ ର କାର୍ଯ୍ୟକାରୀ ସଭାପତି ନିରଂଜନ ଜେନା,ଉପସଭାପତି କାଳି ଚରଣ ସ୍ୱାଇଁ,ମା ଦକ୍ଷିଣକାଳୀ ପରିବହନ ମାଲିକ ସଂଘର କୋଷାଧ୍ୟକ୍ଷ ଅଂଗଦ ବିଶ୍ୱାଳ ଙ୍କ ସମେତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *