ଛତ୍ରପୁର ପ୍ରତିଭା କଲେଜରୁ ଯୁକ୍ତ ୨ ଛାତ୍ର ନିଖୋଜ ।

ଛତ୍ରପୁର : ୨୭.୦୬.୨୫

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ତାମ୍ପରା ନିକଟ ପ୍ରତିଭା ବିଜ୍ଞାନ ଅବସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଜଣେ ଯୁକ୍ତ ୨ ଦ୍ଵିତୀୟ ବର୍ଷ ଛାତ୍ର ନିଖେଳ ହୋଇଥିବା ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି। ତିଖୋଜ ଛାତ୍ର ଶୁଭମ ସ୍ୱାଇଁ (୧୭) । ତାଙ୍କ ଘର କବିସୂର୍ଯ୍ୟନଗର ଥାନା ଝାଡ଼ବନ୍ଧ ବୋଲି ଜଣାପଡିଛି । ଏ ସମ୍ପର୍କରେ ଛତ୍ରପୁର ଥାନାରେ କଲେଜ କର୍ତ୍ତୃପକ୍ଷ ମୌଖିକ ଭାବେ ଜଣାଇଥିବା ଆଇଆଇସି ସୁବାଶିଷ ମହାନ୍ତି ସୂଚନା ଦେଇଛନ୍ତି । ମାମଲା ରୁଜୁ ହୋଇନାହିଁ । ଛୁଆର ବାପ ଏତଲା ଦେଲେ ମାମଲା ରୁ ହୋଇ ତଦନ୍ତ ହେବ ବୋଲି ଆଇଆଇସି କହିଛନ୍ତି । ଛାତ୍ରଙ୍କ ନିଖୋଜ ଘଟଣା କଲେଜ କର୍ତ୍ତୃପକ୍ଷ ଗତକାଲି ଜଣାଇଥିବା ପରିବାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଗତକାଲି କଲେଜ ପଛପଟ ରେଳ ଲାଇନରୁ ଗୋଟିଏ ଖଣ୍ଡ ବିଖଣ୍ଡିତ ଶବ ରେଳବାର ପୁଲିସ ଉଦ୍ଧାର କରିଛି। ସେହି ଶବ କୁଆଡ଼େ ଏହି ଛାତ୍ରଙ୍କ ହେଇଥିବ ସେ ନେଇ ରେଳବାର ପୁଲିସ ପରିବାରକୁ ଖବର ଦେବା ପରେ ପରିବାର ଲୋକ ବ୍ରହ୍ମପୁର ଆସି ସବ ଦେଖୁଛନ୍ତି। ଶବ ଏପରି ଅବସ୍ଥାରେ ଅଛି ଯେ ତାଙ୍କର ଛୁଆ ବୋଲି ଜାଣିବା କଷ୍ଟକର ହୋଇ ପଡ଼ିଛି ବୋଲି ନିଖୋଜ ଛାତ୍ରଙ୍କ ବାପା କହିଛନ୍ତି ସେମାନେ ଭୁବନେଶ୍ଵର ପରୀକ୍ଷାଗାରକୁ ପଠାଇବେ ବୋଲି କହିଥିବା ବାପା କହିଛନ୍ତି। ଏଣେ ବାପା ଏବଂ ତାଙ୍କ ପରିବାର ଲୋକ ସନ୍ଧ୍ୟାରେ କଲେଜ କ୍ୟାମ୍ପସରେ ପହଞ୍ଚି କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। କଲେଜ ଛତ୍ରପୁର ସହରରେ ଚାଲୁଥିବା ବେଳେ ବର୍ତ୍ତମାନ ତମ୍ପରା ନିକଟ ନିଜ କୋଠାକୁ ସ୍ଥାନାନ୍ତର ହୋଇଛି। ସିସି କ୍ୟାମେରା ଲାଗିନଥିବା, ପାଚେରି ନଥିବାରୁ ପିଲମାନେ ସୁରକ୍ଷିତ ନଥିବା ବାପା ସୁସାନ୍ତ କହିଛନ୍ତି। ଆଜି ଛତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ନୂଆ କଲେଜରେ ସମସ୍ତ ବ୍ୟବସ୍ଥା କରାଯାଇଛି ଓ ଆହୁରି କରା‌ଯିବ ବୋଲି ସୂଚନା ଦେଇଛନ୍ତି କଲେଜ ମୁଖ୍ୟ ଚିନ୍ମୟ ଦାସ । ନିଖୋଜ ନେଇ ଛତ୍ରପୁର ପୁଲିସକୁ ଜଣାଇ ଦିଆଯାଇଛି ଏନେଇ ପୋଲିସ୍ ପହଞ୍ଚି ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *