*ସମ୍ଭାବ୍ୟ ଯୁଦ୍ଧ ପରି ପରିସ୍ଥିତି ର ମୁକାବିଲା ନିମନ୍ତେ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

ପାରାଦ୍ଵୀପ ୬/୫ : ସାମ୍ଭାବ୍ୟ ଯୁଦ୍ଧ ପରି ପରିସ୍ଥିତି ର ମୁକାବିଲା ନିମନ୍ତେ ପାଇଁ ସମସ୍ତ ନାଗରିକ ଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ଗୃହ ବିଭାଗ ନିର୍ଦ୍ଦେଶ ଅନୁସାରେ ଓଡିଶା ର ଯେଉଁ ୧୨ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଯୁଦ୍ଧ ପରି ସ୍ଥିତି କୁ ନେଇ ସତର୍କ ସୂଚନା ଦିଆଯାଇଛି ସେମାନଙ୍କ ମଧ୍ୟରୁ ଜଗତସିଂହପୁର ଅନ୍ୟତମ। ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମକ ଡ୍ରିଲର ବ୍ୟବସ୍ଥା କରାଯାଇଛି।ଆସନ୍ତା କାଲି ବୁଧବାର ଅପରାହ୍ନ ୪ଟା ସମୟରେ ପାରାଦ୍ଵୀପ ସ୍ଥିତ ଷଣ୍ଢକୁଦ ଠାରେ ଏହି ମକ ଡ୍ରିଲ ର ଆୟୋଜନ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସୂଚନା ଦେଇଛନ୍ତି।ଏହି ମକ ଡ୍ରିଲ ଆୟୋଜନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ପାରାଦ୍ଵୀପ ସ୍ଵତନ୍ତ୍ର ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ ମକ ଡ୍ରିଲ ପାଇଁ ସରକାର ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକା ଆଧାର ରେ ସମସ୍ତ କାର୍ଯ୍ୟ ପରିଚାଳନା ପାଇଁ ଅନୁରୋଧ କରିଥିଲେ।ସମ୍ଭାବ୍ୟ ଯୁଦ୍ଧ ପରି ପରିସ୍ଥିତି ସମୟରେ ସାଧାରଣ ଜନତା କିଭଳି ସୁରକ୍ଷିତ ରହିବେ, ଧନଜୀବନ କିଭଳି ନଷ୍ଟ ନହେବ ଏବଂ ଏହାର ପରବର୍ତ୍ତୀ ସମୟରେ କିଭଳି ଉଦ୍ଧାର ଓ ଚିକିତ୍ସା କରାଯିବ ଓ ଯଦି କୌଣସି ଆପତ୍ତିକାଳୀନ ଅସୁବିଧା ହୁଏ ତେବେ ସେ ସମୟରେ କଣସବୁ କାର୍ଯ୍ୟପନ୍ଥା ରହିବ ସେ ବିଷୟରେ ଜିଲ୍ଲାପାଳ ଆଲୋକପାତ କରିଥିଲେ l ଅପରାହ୍ନ ୪ଟା ରେ ସାଇରନ ୫ ମିନିଟ ପାଇଁ ବାଜିବ।ସାଇରନ ଶବ୍ଦ ଶୁଣିବା ମାତ୍ରେ ବାହାରେ ଥିବା ପ୍ରତ୍ୟେକ ନାଗରିକ ସୁରକ୍ଷିତ ଛାତ ଘର,କୋଠା, ବିଲ୍ଡିଂ ଇତ୍ୟାଦି ମଧ୍ଯ କୁ ପ୍ରବେଶ କରି ସୁରକ୍ଷିତ ରହିବେ।ସେମାନଙ୍କୁ ସୁରକ୍ଷା କର୍ମୀ ଓ ସ୍ବେଛାସେବୀ ମାନେ ସହଯୋଗ କରିବେ। ସିଭିଲ ଡିଫେନ୍ସ ର କର୍ମକର୍ତ୍ତା ମାନେ ଏଥିରେ ସହଯୋଗ କରିବେ ।ଆକ୍ରମଣ ଶେଷ ହେବାର ସୂଚନା ଭାବେ ପୁନଶ୍ଚ ସାଇରନ ବାଜିଲେ ନାଗରିକ ମାନେ ପୂର୍ବବତ ସ୍ବଭାବିକ କାର୍ଯ୍ୟ କରି ପାରିବେ।ଏହି ମକ ଡ୍ରିଲ ସମୟରେ ଅଭ୍ୟାସ ପାଇଁ ଆହତ ହୋଇ ଥିବା ଲୋକ ଙ୍କୁ ଉଦ୍ଧାର ଓ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ହୋଇ ରହିଥିବ।ଏ ସବୁ ମକ ଡ୍ରିଲ ବା ଛାୟା ଯୁଦ୍ଧ ର ଅଭ୍ୟାସ କାର୍ଯ୍ୟକ୍ରମ ହୋଇ ଥିବାରୁ ସାଧାରଣ ଜନତା ଆଦୌ ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।ଗୁଜବରେ ବିଶ୍ୱାସ କରିବା ନାହିଁ କିମ୍ବା ପ୍ରସାର କରିବା ନାହିଁ ବୋଲି ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଏହି ମକ ଡ୍ରିଲ ସମ୍ପର୍କରେ ଆବଶ୍ୟକୀୟ ସତର୍କ ସୂଚନା ଏଵଂ ସଚେତନତା ବାର୍ତ୍ତା ସ୍ଵଚ୍ଛ ସାଥୀ, ଅଙ୍ଗନୱାଡି କର୍ମୀ, ୱାର୍ଡ ଅଫିସର ଆଦି ମାନଙ୍କ ଦ୍ଵାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ରେ ପ୍ରଚାର କରାଇବାକୁ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଓ ପୌର ନିର୍ବାହୀ ଅଧିକାରୀ ଙ୍କୁ ପରମର୍ଶ ଦେଇଛନ୍ତି। ଜିଲ୍ଲା ରେ କେବଳ ଯୁଦ୍ଧ ପରି ସ୍ଥିତି ରେ ସମସ୍ତ ପ୍ରକାର ପ୍ରସ୍ତୁତି ନିମନ୍ତେ ଜିଲ୍ଲାପାଳ ସମସ୍ତ ଶିଳ୍ପ ସଂସ୍ଥା ର ବିଭାଗୀୟ ମୂଖ୍ୟ, ପ୍ରଶାସନିକ ଅଧିକାରୀ ମାନଙ୍କୁ ଉପଦେଶ ଦେଇଥିଲେ।ଏହିପରି ସ୍ଥିତି ରେ ଛୋଟ ପିଲା, ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ମାନଙ୍କୁ ଅଗ୍ରାଧିକାର ଭିତ୍ତି ରେ ଉଦ୍ଧାର କରିବା ପାଇଁ ସେ ପରାମର୍ଶ ଦେବା ସହ ଯୁବପିଢୀ ଙ୍କୁ ମଧ୍ୟ ସ୍ଵତଃ ସ୍ଫୁର୍ତ୍ତ ଭାବେ ଏହି ଉଦ୍ଧାର କାର୍ଯ୍ୟ ରେ ଭାଗ ନେବାପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ।ଏହି ବୈଠକରେ ଉପସ୍ଥିତ ରହି ପାରାଦ୍ଵୀପ ବନ୍ଦର କର୍ତ୍ତୃପକ୍ଷ ର ଉପାଧ୍ୟକ୍ଷ ଶ୍ରୀ ନୀଳାଭ୍ର ଦାସ ଗୁପ୍ତ କହିଲେ ଯେ ଭୟଭୀତ ନ ହୋଇ ସତର୍କ ତଥା ସଜାଗ ରହିଲେ ସମସ୍ତ ବିପତ୍ତି କୁ ଏଡ଼ ଯାଇ ପାରିବ।ଜଗତସିଂହପୁର ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ତେଣୁ ସମ୍ଭାବ୍ୟ ଯୁଦ୍ଧ ପରି ଏକ ଅଭାବନୀୟ ପରିସ୍ଥିତି କୁ ମଧ୍ୟ ଆବଶ୍ୟକ ସ୍ଥଳେ ମୁକାବିଲା କରିବା ପାଇଁ ସମସ୍ତ ସାଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ ସଚେତନ ଜନ ସାଧାରଣ ଙ୍କ ସହଯୋଗ ଆବଶ୍ୟକ।ଏସ ପି ଶ୍ରୀ ଭବାନୀ ଶଙ୍କର ଉଦ୍ଗାତା ମଧ୍ଯ ଭୟଭୀତ ନ ହୋଇ ସତର୍କ ରହିବାକୁ ଜନ ସାଧାରଣ ଙ୍କୁ ଅନୁରୋଧ କରିଥଲେ। ଏହି ଜରୁରୀ କାଳୀନ ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା, ଆଇ ଆର ଟି ଏସ ର ଆସିଷ୍ଟାଣ୍ଟ ରିଜିଓନାଲ ମ୍ୟାନେଜର ଶ୍ରୀ ଅର୍ଘ୍ୟ ପଟ୍ଟନାୟକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ପାରାଦ୍ଵୀପ ଶ୍ରୀ ସ୍ମୃତି ରଞ୍ଜନ କର, ପାରାଦ୍ଵୀପ ପୌର ପରିଷଦ ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ବାଳ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା, ତହସିଲଦାର କୁଜଙ୍ଗ ଶ୍ରୀ ସ୍ୱରୂପ ନନ୍ଦନ ବେହେରା,ଡେପୁଟି କଲେକ୍ଟର ଜରୁରୀ ବିଭାଗ ଅନିଶା ଦାସ,ଆଇ ଓ ସି ଏଲ୍, ପି ପି ଏଲ, ଇଫ୍କୋ, ଜେ ଏସ ଡବ୍ଲୁ ର ମୁଖ୍ୟ, ସମସ୍ତ ବିଭାଗୀୟ ଅଧିକାରୀ,କୋଷ୍ଟ ଗାର୍ଡ, ସିଭିଲ ଡିଫେନ୍ସ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସୁରକ୍ଷା ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପାରାଦ୍ଵୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *