ରାଜଗାଙ୍ଗପୁର ବିଭିନ୍ନ ସ୍ଥାନରେ ଦେବସ୍ନାନ ଯାତ୍ରା 

ରାଜଗାଙ୍ଗପୁର : 11/6/25 : ରାଜଗାଙ୍ଗପୁର ରେ ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ରେ ଦେବସ୍ନାନ ଯାତ୍ରା ମହା ଆଡ଼ମ୍ବର ସହ ପାଳନ କରାଯାଇଛି l ରାଜଗାଙ୍ଗପୁର ସହର ର କୁମାରକେଲା ସ୍ଥିତ  ପ୍ରାୟ ଦୁଇଶହ ବର୍ଷ ର ସର୍ବ ପୁରାତନ ଜଗନାଥମନ୍ଦିର ଲିପଲୋଇ ସ୍ଥିତ ଜଗନ୍ନାଥ ମନ୍ଦିର ମଧୁସୂଦନ କଲୋନୀସ୍ଥିତ ଜଗନାଥ ମନ୍ଦିର ମାନଙ୍କ ରେ ପ୍ରଭୁ ତିନି ଠାକୁର ଙ୍କୁ ମନ୍ଦିର ଭିତରେ ପୂଜା ଅର୍ଚ୍ଚନା କରି ତିନି ଠାକୁରଙ୍କୁ ସ୍ଵର୍ଣ ମଣ୍ଡପ ମଧ୍ୟକୁ  ପହଣ୍ଡି ବିଜେ କରା ଯାଇ ଥିଲା l ପହଣ୍ଡି ବିଜେ ସମୟରେ ଭକ୍ତଙ୍କ ମଧ୍ୟରୁ  ହୁଳହୁଳି ସହ ଘଣ୍ଟ ବାଦ୍ୟ ରେ କମ୍ପମାନ ସୃଷ୍ଟି ହୋଇ ପାରିଥିଲା l ତିନି ଠାକୁରଙ୍କୁ ବିଜେ କରିବା ପରେ ବିଜ ଆଳତୀ କରାଯାଇ ସୋଢାଶହ ଉପଚାରରେ ପୂଜା ଅର୍ଚନା କରି ପ୍ରଭୁ ମାନଙ୍କୁ ଚନ୍ଦନ କର୍ପୁର ଦେଇ ଗଙ୍ଗା ଜଳ ରେ ସ୍ନାନ କରା ଯାଇଥିଲା l ସ୍ନାନ ଯାତ୍ରା ଦେଖିବା ପାଇଁ ମନ୍ଦିର ମାନଙ୍କ ରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମି ଯାଇଥିଲା l ତିନି ଠାକୁର ଙ୍କୁ ସ୍ନାନ କାର୍ଯ୍ୟକ୍ରମ ସରିବା ପରେ ତିନି ଠାକୁର ଙ୍କୁ ବିଭିନ୍ନ ବେଶ ରେ ଶଯ୍ୟା ଯାଇ ପୁଷ୍ପ ମାଳ ଅର୍ପଣ କରି ଠାକୁର ମାନଙ୍କୁ ସଜ୍ଜିତ କରାଯାଇ ଆଳତୀ ପରେ ବାଲ୍ୟ ଭୋଗ ଅର୍ପଣ କରା ଯାଇଥିଲା l ସେହି ପରି ରାଜଗାଙ୍ଗପୁର ନିକଟସ୍ଥ ଲାଇଙ୍ଗ, କଂସବାହାଲ,କେଶରା ମାଳ  ଲମଲୋଇ,ଝାରବେଡା ଗ୍ରାମରେ ସ୍ଥାପିତ ଜଗନାଥ ମନ୍ଦିର ମାନଙ୍କରେ ଦେବସ୍ନାନ ପୁର୍ଣିମା ଉତ୍ସବ ଶାନ୍ତି ଶୃଙ୍ଘଳା ସହ ପାଳିତ ହୋଇ ଯାଇଅଛି l ତିନି ଠାକୁର ଙ୍କୁ ସନ୍ଧ୍ୟା ରେ ଅଣ ସର ଗୃହକୁ ବିଜେ କରାଯାଇଥିଲା l 

Leave a Reply

Your email address will not be published. Required fields are marked *