ଚଣ୍ଡିଖୋଲ : – ତା୧୦/୬ (କଵ୍ୟୁ) ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରୁ ପଚିଶ ବର୍ଷ ଧରି ପ୍ରକାଶ ପାଉଥିବା ରାଜ୍ୟର ଅଗ୍ରଣୀ ସାହିତ୍ୟ ପତ୍ରିକା ଆନୁକୁଲ୍ୟରେ ଆସନ୍ତା ଜୁନ ୨୨ ତାରିଖ ରେ ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପ ଠାରେ ସପ୍ତମ ବାର୍ଷିକ ରାଜ୍ଯ ସ୍ତରୀୟ ମହାବିନାୟକ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବ ରେ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି, ସାରଳା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଔପନ୍ୟାସିକ ଭୀମ ପୃଷ୍ଟି ମୁଖ୍ୟ ବକ୍ତା, ବିଶିଷ୍ଟ ଗାଳ୍ପିକ ଗିରୀଶ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ପୂର୍ବାହ୍ନ ଦଶ ଟା ସମୟରେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଗପ ଓ ଗୀତ ର ଯୁଗଳବନ୍ଦୀ କାର୍ଯକ୍ରମ ରେ ଯୁବ ଗାଳ୍ପିକ ତଥା ବାଲେଶ୍ବର ସମ୍ବାଦ ସଂସ୍କରଣ ମୁଖ୍ୟ ଚିତ୍ତ ରଞ୍ଜନ ଚିରଞ୍ଜିତ୍ ଅତିଥି ଭାବେ ଯୋଗଦେବେ। ଏହି ଅବସର ରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ସର୍ବଶ୍ରୀ ଅମରେଶ ବିଶ୍ବାଳ, ଭୀମ ପୃଷ୍ଟି, ଦେବବ୍ରତ ଦାସ, କ୍ଷିରୋଦ ବିହାରୀ ବିଶ୍ବାଳ, ପ୍ରଜ୍ଞା ପ୍ରବର୍ତ୍ତିକା ଦାସ ଗିରୀଶ ଚନ୍ଦ୍ର ସାହୁ, ସସ୍ମିତା ମହାନ୍ତି, ଲୋପାମୁଦ୍ରା ମେକାପ, ସ୍ମୃତି ପଟ୍ଟନାୟକ, ନିରୁପମା ପତି, ମିରିନା ମହାନ୍ତି, ଅର୍ଜୁନ ପୃଷ୍ଟି, ଶରତ କୁମାର ସାହୁ, ଚିତ୍ତରଞ୍ଜନ ଚିରଞ୍ଜିତ୍, ରବି ପଣ୍ଡା, ଶଇଲେନ୍ଦ୍ର କୁମାର ଜେନା, ମାତୃଦତ୍ତ ମହାନ୍ତି, ପବିତ୍ର ପାଣିଗ୍ରାହୀଙ୍କ ସମେତ ଅଠର ଜଣ ନବୀନ ଓ ପ୍ରବୀଣ ଗାଳ୍ପିକ ଯୋଗ ଦେଇ ସ୍ବରଚିତ ଗଳ୍ପ ପାଠ କରିବେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଶିକ୍ଷାବିତ୍ ଡକ୍ଟର କୃଷ୍ଣ ଚନ୍ଦ୍ର ପାତ୍ର, ଗାଲ୍ପିକ ଅର୍ଜୁନ ପୃଷ୍ଟି, କବି ଶରତ ଚନ୍ଦ୍ର ପାତ୍ର, ଇଁ ବିଘ୍ନରାଜ ପୁରୋହିତ ଙ୍କୁ ସମ୍ମାନିତ କରାଯିବ। ଏଥି ସହ ଶ୍ରୀନିବାସ ଜେନା, ସୁଶାନ୍ତ କୁମାର ଜେନା, ଚିତ୍ତରଞ୍ଜନ ବଳ, ସତ୍ୟନାରାୟଣ ପାଳ, ଏମ ଏସ ପାତ୍ର ଜୁଏଲାରି ଙ୍କୁ ରୁରାଲ ବିଜିନେସ ଲିଡର ଭାବରେ ପତ୍ରିକା ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ପତ୍ରିକାର ସମ୍ପାଦକ ବିମଳ ପତି, ଅଭ୍ୟର୍ଥନା ସମିତି ସଭାପତି ସଞ୍ଜୟ କୁମାର ସ୍ବାଇଁ ଏକ ପ୍ରେସ ବିବୃତି ରେ ଜଣାଇ ଛନ୍ତି।