ଯୋଗମାୟା ପୀଠରେ ବିଶ୍ଵ ପରିବେଶ ଦିଵସ ଉପଲକ୍ଷେ ୱେବସାଇଟ ଉନ୍ମୋଚନ ଓ ବୃକ୍ଷ ରୋପଣ |

Place _ କେସିଙ୍ଗା ତା 05
06.2025

ଆଜିର ସମଯରେ ପୁରା ବିଶ୍ଵ ରେ ସବୁଠୁ ବଡ ସମସ୍ୟା ହେଉଛି ପରିବେଶ ଏହି ପରିପ୍ରେକ୍ଷୀରେ କେସିଙ୍ଗା ଗୁର୍ଜିମୁଣ୍ଡା ସ୍ତିତ ମା ଯୋଗମାୟା ପୀଠରେ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ସହିତ ମନ୍ଦିରର ୱେବସାଇଟ ମଧ୍ୟ ଉଦଘାଟନ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ,ସମ୍ନାନିତ ଅତିଥିଭାବେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ,କୁଣ୍ଡାବନ୍ଧ ସରପଞ୍ଚ ରୋଜି ପ୍ରଧାନ ଯୋଗଦାନ କରିଥିଲେ । ସମସ୍ତ ଅତିଥି ବୃକ୍ଷ ରୋପଣ କରିବାସହ ଏହି ଦିବସର ମହତ୍ଵ ଓ ଗୁରୁତ୍ୱ ଉପରେ ମତ ଦେଇଥିଲେ । ଏଥିସହ ମନ୍ଦିର ପରିସରରେ ରହିଥିବା ବିଭିନ୍ନ ବୃକ୍ଷ ମାନଙ୍କରେ ବାରକୋଡ଼ ଲଗାଯାଇଥିଲା । ଏହାଦ୍ୱାରା ଆସୁଥିବା ପର୍ଯ୍ୟଟକ ତଥା ବଣଭୋଜି ପାଇଁ ଆସୁଥିବା ଛାତ୍ର ଛାତ୍ରୀ ମାନେ ଏହାକୁ ସ୍କାନ କରି ବୃକ୍ଷ ବିଷୟରେ ତଥ୍ୟ ପାଇପାରିବେ । ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା ଟ୍ରଷ୍ଟ ର ଅଧ୍ୟକ୍ଷ ମୋତିଲାଲ ବଗର୍ତ୍ତି,ସମ୍ପାଦକ ଯଯାତି କେଶରି ଦେଓ,କୋଷାଧ୍ୟକ୍ଷ ଅଶ୍ୱନି ବିଶ୍ୱାଳ,ନବୀନ ପ୍ରଧାନ,ନେତ୍ରାନନ୍ଦ ବୁଡେକ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *