କେସିଙ୍ଗା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କୁ ଓଡିଶା ସରକାରଙ୍କ ଦ୍ଵାରା ପ୍ରକୃତି ମିତ୍ର ପୁରସ୍କାର

କେସିଙ୍ଗା ତା 05.06.25

ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟ , ଭୁବନେଶ୍ୱର ପରିସରସ୍ଥ କୃଷି ଶିକ୍ଷା ସଦନ ଠାରେ ଓଡିଶା ସରକାରଙ୍କ ଦ୍ୱାରା ରାଜ୍ୟ ସ୍ତରୀୟ ବିଶ୍ବ ପରିବେଶ
ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗା ପରିବେଶ ସୂରକ୍ଷା ଓ ସନ୍ତୁଳିତ ଓ ସହାବସ୍ଥାନ ପରିବେଶ ଗଠନ ଦିଗରେ ଉଲ୍ଲେଖ ନୀୟ ଭୂମିକା ଓ ପ୍ରଚେଷ୍ଟା ନିମନ୍ତେ ଓଡିଶା ପ୍ରକୃତି ମିତ୍ର ଭାବେ ମନୋନୀତ ହୋଇଥିବାରୁ କେସିଙ୍ଗାର ବୁଦ୍ଧିଜୀବୀ ତଥା ଶୈକ୍ଷିକ ମହଲରେ ଅଭୂତପୂର୍ବ ଆନନ୍ଦର ଲହରୀ ଖେଳିଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସମୀର କୁମାର ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମହୋନ ଚରଣ ମାଝୀଙ୍କ ଠାରୁ ପ୍ରକୃତି ମିତ୍ର ପୁରସ୍କୃତ ହେବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି। ଉକ୍ତ ଉତ୍ସବରେ ଶ୍ରୀଯୁକ୍ତ ଗଣେଶ ରାମ ସିଂଖୁଣ୍ଟିଆ, ମାନ୍ୟବର ମନ୍ତ୍ରୀ , ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗ, ଓଡିଶା, ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମତି ଅନନ୍ୟା ଦାଶ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା , ଓସେପା ଉପସ୍ଥିତ ଥିଲେ। ପ୍ରକୃତି ମିତ୍ର ପୁରସ୍କାର ଗ୍ରହଣ କରିବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ନିଜ ପ୍ରତିକ୍ରିୟାରେ ବିଦ୍ୟାଳୟର ଏନ୍ .ସି.ସି. , ରେଡକ୍ରସ , ଗାଇଡସ୍ କେଡେଟସ୍ ସମେତ ସମସ୍ତ ଛାତ୍ରୀ , ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ତଥା ଅଭିଭାବକ, ଅଭିଭାବିକା ଏହାର ଶ୍ରେୟ ଦେଇଛନ୍ତି। ସମସ୍ତଙ୍କର ଅପ୍ରତିହତ ପ୍ରଚେଷ୍ଟା ଓ ଅବିଚଳିତ ପ୍ରେରଣା ହିଁ ଏହି ସଫଳତାର ଅସଲ ଚାବିକାଠି ବୋଲି ସ୍ବୀକାର କରିଛନ୍ତି। ଏବଂ ଏ ପ୍ରକାର ସ୍ବୀକୃତି ଓ ପ୍ରୋତ୍ସାହନ ବିଦ୍ୟାଳୟକୁ ତା’ର ସାମାଜିକ ଦାୟିତ୍ବବୋଧ ଦିଗରେ କାର୍ଯ୍ୟ କରିବାକୁ ଏକ ନିଶ୍ଚିତ ଅଭିପ୍ରେରଣାର ସ୍ରୋତ ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *