କେସିଙ୍ଗା ସରକାରୀ ବାଳିକା ବିଦ୍ୟାଳୟ ରେ ବିଶ୍ଵ ପରିବେଶ ଦିଵସ ପାଲିତ୍

ତା 05.06.25 କେସିଙ୍ଗା

ଆଜି ସାରା ବିଶ୍ୱ ରେ ଗୋଟିଏ ହିଁ ଚର୍ଚା ପରିବେଶ କେମିତି ଭଲ ରହିବ ସେହି ପରିପେକ୍ଷିରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବିଶ୍ୱ ପରିବେଶ ଦିବସ ବିଦ୍ୟାଳୟର ଇକୋ କ୍ଲବ ଭାରପ୍ରାପ୍ତ ଶିକ୍ଷକ ଶ୍ରୀ ସୁନୀଲ୍ କୁମାର ପାତ୍ରଙ୍କ ନେତୃତ୍ବରେ ପାଳିତ ହୋଇଯାଇଛି। କେସିଙ୍ଗା ବନ ବିଭାଗର ମିଳିତ ସହଯୋଗରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ ପୃଥିବୀ ବିଷୟବସ୍ତୁ ଆଧାରରେ ଜନ ସଚେତନତା ଶୋଭାଯାତ୍ରା ଓ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା।
ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଶ୍ରୀ ହେମନ୍ତ କୁମାର ସାହୁ ଯୋଗ ଦେଇ ପରିବେଶ ସୁରକ୍ଷା କେବଳ ବିଭାଗୀୟ ଦାୟିତ୍ୱ ନ ହୋଇ ଏକ ସମ୍ମିଳିତ ସାମାଜିକ ପ୍ରୟାସ ହେବା ଉଚିତ ବୋଲି ନିଜ ବକ୍ତବ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଧନଞ୍ଜୟ ନିଆଲ୍ ଜଙ୍ଗଲ ସୁରକ୍ଷା କରିବାରେ ଛାତ୍ରଛାତ୍ରୀ ତଥା ଜନ ସାଧାରଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀଇନ୍ଦ୍ର ମଣି ମାଝୀ, ସାନନ୍ଦ ଚନ୍ଦ୍ର ସାଗର , ଶ୍ରୀ କହ୍ନେଇଲାଲ୍ ସାହୁ, ଜସ୍ମିନ ନାଏକ, ଶ୍ରୀ ସୁନୀଲ୍ ସାହୁ, ପଦ୍ମନାଭ ରଣା ଓ ଜି.କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ ଚିତ୍ରକଳା ପ୍ରତିଯୋଗିତାର ବିଜୟିନୀମାନଙ୍କୁ ଶୂଚୀ ସ୍ମିତା କୁମାର,ରେଜିୟା କୁମାର, ସୋନାକ୍ଷୀ ଠାକୁର, ପାୟଲ ଦୀପ ଓ ଶୁଭଶ୍ରୀ ସେଠୀଙ୍କୁ ପୁରସ୍କୃତ କରାଯାଇଥିଲା ।

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *