ନୟାଗଡ : ଦଶପଲ୍ଲା ଅଞ୍ଚଳରେ ବନ୍ଧୁକ କାରଖାନା ଠାବ କଲା ପୋଲିସ । ୩ ଗିରଫ , ଗୋଟିଏ ପିସ୍ତଲ , ଗୋଟିଏ ବନ୍ଧୁକ ଏବଂ ବନ୍ଧୁକ ତିଆରିରେ ବ୍ଯବହୃତ ବହୁ ସଂରଜାମ ଜବତ । ଗିରଫ ଅଭିଯୁକ୍ତ ମାନେ ହେଲେ ଦୁଆରଗାଅଁର ରାଜେଶ ପ୍ରଧାନ , ମଧ୍ୟଖଣ୍ଡର ତପନ ପରିଡା ଏବଂ ଗଡଭିତରସାହିର ଗୋବର୍ଦ୍ଧନ ପରିଡା । ଅନ୍ଯଜଣେ ଅଭିଯୁକ୍ତ ବିଭୂତି ପରିଡା ଫେରାର୍ ଅଛନ୍ତି । ଆଜି ଭୋରରୁ ନୟାଗଡ ଏବଂ ଦଶପଲ୍ଲା ପୋଲିସ ମିଳିତଭାବେ ଦଶପଲ୍ଲାର ଦୁଆରଗାଅଁ, ମଧ୍ୟଖଣ୍ଡ ଏବଂ ଗଡଭିତରସାହିରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ବନ୍ଧୁକ ତିଆରି ସଂରଜାମ , ବନ୍ଧୁକ ଆଦି ଜବତ କରିଥିଲେ । ଅଭିଯୁକ୍ତମାନେ ଦୀର୍ଘଦିନ ହେଲା ଏହିଭଳି ବେଆଇନଭାବେ ବନ୍ଧୁକ ତିଆରି କରୁଥିଲେ ଏବଂ ଏହି କାର୍ଯ୍ଯରେ ଅନ୍ଯ କିଏକିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଚାଲିଛି ବୋଲି ଏସ୍ ପି ପ୍ରେସମିଟ୍ ରେ ଜଣାଇଛନ୍ତି । ଅଭିଯୁକ୍ତ ବିଭୂତି ପରିଡା ବାହାରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ