ନୟାଗଡ : ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ପୋଡା ମୃତ ଦେହ ଉଦ୍ଧାର ଘଟଣାର ଖୁଲାସା କଲା ଟାଉନ୍ ଥାନା ପୋଲିସ । ଘଟଣାରେ ଫରେଷ୍ଟର୍ ଶିଶିର ସାହୁଙ୍କ ସ୍ତ୍ରୀ ନମିତା ଏବଂ ପୁଅ ଅଭିଷେକକୁ ଗିରଫ କରିଛି ପୋଲିସ। ଶିଶିରଙ୍କ ପରକିୟାପ୍ରିତି ଏବଂ ଶାରିରିକ ନିର୍ଯ୍ଯାତନା ସହିନପାରି ନମିତା ସ୍ବାମୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଆଜି ଉଭୟ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିଛି ପୋଲିସ । ଗତ ଶୁକ୍ରବାର ରାତିରେ ଶିଶିର ନିଶାଗ୍ରସ୍ତ ହୋଇ ଘରକୁ ଫେରିବା ପରେ ସ୍ବାମୀଙ୍କ ମଧ୍ଯରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏପରିକି ଶିଶିର ଏକ ଲୁହାରଡରେ ନମିତାଙ୍କୁ ମାରିବାକୁ ଧମକ ଦେଇଥିଲେ
ଏହିସମୟରେ ନମିତା ଘରର ଶିଡିଘରେ ଡବାରେ ଥିବା ପେଟ୍ରୋଲକୁ ଏକ ବାଲ୍ଟିରେ ଢାଳି ଶିଶିରଙ୍କ ଉପରକୁ ଫୋପାଡି ଦେଇ ଡିଆସିଲି ରେ ନିଆଁ ଲଗାଇଦେଇଥିଲେ ।ଶିଶିରଙ୍କ ଦେହ ଜଳିବା ପରେ ଉଭୟ ମା ପୁଅ ବାହାରକୁ ଚାଲିଆସି ଗେଟ୍ କୁ ବାହାରପଟୁ ବନ୍ଦ କରିଦେଇଥିଲେ । ଘରଭିତରେ ହିଁ ଶିଶିରଙ୍କ ମୃତ୍ଯୁ ହୋଇଯାଇଥିଲା । ପଞ୍ଚରିଡ଼ା ଫରେଷ୍ଟର ଶିଶିର ସାହୁଙ୍କର ଘର ମାନପୁର ହୋଇଥିବା ବେଳେ ସେ ନୟାଗଡ଼ ସହରର ବାରମାସୀଦଣ୍ଡା ସ୍ଥିତ ଅଞ୍ଚଳରେ ଘର କରି ସ୍ତ୍ରୀ ଏବଂ ପୁଅଙ୍କ ସହ ରହୁଥିଲେ । ପୋଲିସର ତ୍ବରିତ ପଦକ୍ଷେପକୁ ସ୍ଥାନୀୟବାସିନ୍ଦା ସ୍ବାଗତ କରିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ଆଜି ଉଭୟ ମା ପୁଅଙ୍କୁ ଗିରଫ କରାଯାଇଛି ଏବଂ କୋର୍ଟ ଚାଲାଣ କରାଯାଇଛି ବୋଲି ଅତିରିକ୍ତ ଏସପି କହିଛନ୍ତି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ