ନୟାଗଡ : ନୟାଗଡ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ଜଗନ୍ନାଥଜୀଉ ବିଜେ ନୟାଗଡ ଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜ଼ିଲ୍ଲାପାଳ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷ, CDO, ଉପ ଜ଼ିଲ୍ଲାପାଳ, ମୁନିସିପାଲିଟି ଅଧ୍ୟକ୍ଷ, ଅତିରିକ୍ତ sp, ନୟାଗଡ SDPO ପ୍ରମୁଖ ଉପସ୍ଥିତ ଥିଲେ। ପୁରୁଣା ସହର ବାସି, ଦେବୋତର ବିଭାଗ ର କର୍ମଚାରୀ, ମନ୍ଦିର ଟ୍ରଷ୍ଟ, ସେବାୟତ, ବୁଦ୍ଧିଜୀବୀ, ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ। ସ୍ନାନଯାତ୍ରା, ନବାଯୌବନ ଦର୍ଶନ, ଘୋଷଯାତ୍ର, ବାହୁଡା଼ ଯାତ୍ରା, ସୁନାବେଶ, ନୀଳାଦ୍ରି ବିଜେ ସମସ୍ତ କାର୍ଯ୍ୟକ୍ରମ ସଠିକ ଭାବେ ହେବାପାଇଁ ଆଲୋଚନା ହୋଇଥିଲା। ଜ଼ିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହେବାସହ ସିସିଟିଭି ର ବ୍ୟବସ୍ଥା ରହିବ।
ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ଲାଷ୍ଟିକ ବୋତଲ ମନା। ଏଭଳି କହିଛନ୍ତି ନୟାଗଡ ଜ଼ିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ। ବିଭିନ୍ନ ରୋଗର କାରଣ ହେଉଛି ପ୍ଲାଷ୍ଟିକ। ପ୍ଲାଷ୍ଟିକ ବ୍ୟବହାର ଓ ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ଲାଷ୍ଟିକ ବୋତଲ ଓ ଜରି ରେ ଖାଦ୍ୟ ଓ ପାନୀୟ ବ୍ୟବହାର ଦ୍ୱାରା ରୋଗ ସୃଷ୍ଟି ହେଉଛି। ଆଜି ଠାରୁ ନୟାଗଡ ଜ଼ିଲ୍ଲାପାଳ ଙ୍କ ଅଫିସ ରୁ ପ୍ଲାଷ୍ଟିକ ବନ୍ଦ କରାଗଲା। ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଚିଠି ମାଧ୍ୟମରେ ପ୍ଲାଷ୍ଟିକ ବୋତଲ ଓ ଜରି ବନ୍ଦ କରିବା ପାଇଁ କୁହାଯିବ। ରଥଯାତ୍ରା ରୁ ଜ଼ିଲ୍ଲାରେ ପ୍ଲାଷ୍ଟିକ ଉପରେ କଟକଣା କରାଯିବ। ପୂର୍ବରୁ ନୂତନ ବର୍ଷ ରେ ଫୁଲତୋଡ଼ା ଓ ଡ଼ାଇରୀ ବନ୍ଦ କରିଥିଲେ। ନୂତନ ବର୍ଷ ରେ ପାଠ୍ୟ ଉପକରଣ ଦେବାକୁ ନିର୍ଦେଶ ଦେଇଥିଲେ। ଯେଉଁ ପାଠ୍ୟ ସାମଗ୍ରୀ ମିଳିଥିଲା ତାହା ଆଶ୍ରମ ସ୍କୁଲ ରେ ବଣ୍ଟା ଯାଇଥିଲା।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ