
ପାଲଲହଡା- ଅନଗୁଳ ଜିଲ୍ଲା ରେ 1973 ମସିହା ରେ ନିର୍ମିତ ରେଙ୍ଗାଳି ବନ୍ଧ ବହୁମୂଖୀ ପ୍ରକଳ୍ପ ପାଇଁ ବାସଚ୍ୟୁତ ହୋଇଥିବା ଅନଗୁଳ ଏବଂ ଦେବଗଡ ଜିଲ୍ଲା ର 263 ଗୋଟି ଗାଁ ର 12 ହଜାର ରୁ ଉର୍ଦ୍ଧ୍ଵ ପରିବାର କୁ ଆଜି ଯାଏ ଉଚିତ ନ୍ୟାୟ ମିଳିନଥିବା ରୁ ଅନେକ ଗରିବ ଖଟିଖିଆ ମଜୁରିଆ, କୃଷକ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଅତି ଅମାନବୀୟ ଭାବେ ଶାଗ ମାଛ ଦରରେ କ୍ଷତିପୂରଣ ଦେଇ ବଳପୂର୍ବକ ପ୍ରଜା ମାନଙ୍କୁ ବିସ୍ଥାପିତ କରିଦିଆଗଲା।କିଛି ଶିକ୍ଷିତ ତଥା ସ୍ଵଚ୍ଛଳ ପରିବାର ଅଦାଲତ ର ଆଶ୍ରୟ ନେଇ ବର୍ଦ୍ଧିତ ଦରରେ କ୍ଷତିପୂରଣ ପାଇଥିବା ବେଳେ ଅନେକ ପରିବାର ଙ୍କ ମାମଲା ଆଜିଯାଏ ଗଡି ଚାଲିଛି।ତେବେ 2010 ମସିହା ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଏକର ପିଛା ପଚାଶ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଥିଲେ ମାତ୍ର ଆଜି ଯାଏ ତାହା ମିଳିପାରିଲା ନାହିଁ।ଦିର୍ଘ ଦଶନ୍ଧି ମଧ୍ୟରେ ଅନେକ ବିଧାୟକ ରେଙ୍ଗାଳି ବିସ୍ଥାପିତ ଙ୍କ ସମସ୍ୟା କୁ ଢାଲ କରି ନିର୍ବାଚନ ବୈତରଣୀ ପାରି ହେଇଗଲା ପରେ ଚୁପ ହୋଇ ବସିଯାଉଛନ୍ତି।ବିଗତ ଦିନରେ ଅନେକ ଧର୍ମଘଟ, ଆନ୍ଦୋଳନ ସାଙ୍ଗକୁ ଜଳ ସତ୍ୟାଗ୍ରହ ତଥା ଆତ୍ମହୂତି ଉଦ୍ୟମ ଆଦି ଘଟି ଥିବାବେଳେ ସରକାର କିଂକର୍ତ୍ୟବ ମୁଢ ଭାବେ ଗଭୀର ନିଦ ରେ ଶୋଇ ରହିଛି।
ଏସବୁ ର ପ୍ରତିବାଦ ରେ ରେଙ୍ଗାଳି ବୁଡି କ୍ଷତିଗ୍ରସ୍ତ ପ୍ରଜା ସଂଘ, ପାଲଲହଡ଼ା ପକ୍ଷରୁ ମୁଖ୍ୟତଃ ଚାରୋଟି ଦାବି ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପାଲଲହଡା ଉପଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା।
ମୁଖ୍ୟ ଦାବି ଗୁଡିକ ହେଉଛି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ତା. ୦୯.୦୭.୨୦୧୦ରେ ଉଚ୍ଚ କ୍ଷମତା ସମ୍ପର୍ଣ କମିଟିର ସୁପାରିଶ କ୍ରମେ କୌଣସି କିସମ ନିର୍ଦ୍ଧାରଣ ନ କରି ଏକର ପ୍ରତି ୫୦ ହଜାର ଟଙ୍କା ଅନୁକମ୍ପା ମୂଳଳ ସହାୟତା ରାଶିକୁ ୧୫ ବର୍ଷର ସୁଧ ସହିତ ପ୍ରଦାନ କରିବା,ଗେଜେଟ ନୋଟିଫିକେସନ ମୁତାବଳ ଅସମାହିତ ସମସ୍ୟାର ସମାଧାନ ପାଇଁ ଉଚ୍ଚ କ୍ଷମତା ସମ୍ପର୍ଣ ଅନୁଧ୍ୟାନ କମିଟି (Special Task force) ଦ୍ବାରା ସାଂଚ କରାଯାଇ ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବା, ଚକଧର ସମାକୋଇ ପ୍ରକଳ୍ପକୁ ତୁରନ୍ତକାଯ୍ୟକାରୀ କରିବା ଏବଂ ରେଙ୍ଗାଳି ଡ୍ୟାମ ଉତ୍ପାଦିତ ବିଦ୍ୟୁତରୁ ସମସ୍ତ ବିସ୍ତାପିତ ଙ୍କୁ ମାଗଣା ବିଦ୍ୟୁତ ଯୋଗାଇଦେବା ଆଦି ଲିଖିତ ଭାବେ ଅଭିଯୋଗ କରାଯାଇଛି। ଏହି ୫୦ ବର୍ଷର ଅସମାହିତ ସମସ୍ୟାର ସ୍ଥାୟୀ ସମାଧାନ ସହିତ ଉପରୋକ୍ତ ଦାବି ଗୁଡିକୁ ପୁରଣ କରି ରେଙ୍ଗାଳି ବିସ୍ଥାପିତଙ୍କୁ ଐତିହାସିକ ନିଷ୍ପତି ପୂର୍ବକ ନ୍ୟାୟ ପ୍ରଦାନ କରିବା ପାଇଁ ସଂଘ ର ସଭାପତି ଡାଃ ସନ୍ତୋଷ କୁମାର ଦେହୁରୀ ନିବେଦନ କରିଥିଲେ ଅନ୍ୟଥା ଆଗାମି ଦିନରେ ବିସ୍ଥାପିତ ଙ୍କ ଆନ୍ଦୋଳନ ତୀବ୍ର ରୁ ତୀବ୍ରତର କରାଯିବ ବୋଲି ପ୍ରକାଶ କରିଥିଲେ।