ମାଗୁଣି ଜେନା ପରିବେଶ ପ୍ରଦୂଷଣ, ବିସ୍ଥାପନ ଓ ଜୀବିକା ଅନୁଧ୍ୟାନ କମିଟି ସଦସ୍ୟ ମନୋନୀତ।

ଚଣ୍ଡିଖୋଲ,୨୮/୫(କଵ୍ୟୁ) ରାଜ୍ୟ ସରକାର ପରିବେଶ ଓ ଜନସାଧାରଣ ଙ୍କ ଜୀବନ ଜୀବିକା କୁ ନଷ୍ଟ କରି ବିଭିନ୍ନ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା କରିବା ପାଇଁ ପଛାଉ ନାହାଁନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ପରିବେଶ ନଷ୍ଟ ହେବା ସହିତ ଜନସାଧାରଣ ଙ୍କ ଜଳ, ଜଙ୍ଗଲ ଓ ଜମି ଉପରେ ରହିଥିବା ଅଧିକାର କ୍ଷୁର୍ଣ୍ଣ ହେଉଛି। ପ୍ରକଳ୍ପ ଅଞ୍ଚଳରେ ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ବେଳେ ସରକାର ପରିବେଶ ଓ ଜନସାଧାରଣ ଙ୍କ ଜୀବନ ଜୀବିକା ପ୍ରତି ଯତ୍ନବାନ୍ ହେଉନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ପରିବେଶ ପ୍ରଦୂଷଣ, ବିସ୍ଥାପନ ଓ ଜିବିକା ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ଉକ୍ତ କମିଟି ପରିବେଶ ନଷ୍ଟ ହେଉଥିବା ଓ ଜନସାଧାରଣ ଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଅଞ୍ଚଳ ବୁଲି ଘଟଣାର ଅନୁଧ୍ୟାନ କରିବା ସହିତ ସମସ୍ୟାର ସମାଧାନ ନିମନ୍ତେ ରାସ୍ତା ବାହାର କରିବା ପାଇଁ କଣ ପଦକ୍ଷେପ ନିଆ ଯାଇ ପାରିବ ସେ ସମ୍ପର୍କରେ ପ୍ରଦେଶ କଂଗ୍ରେସ କମିଟି କୁ ପ୍ରସ୍ଥାବ ଦେବାକୁ ଶ୍ରୀ ଦାସ ନିର୍ଦେଶ ଦେଇଛନ୍ତି। କମିଟିର ଅଧକ୍ଷ ଭାବେ ବିଧାୟକ ଅଶୋକ କୁମାର ଦାସ, ଆବାହକ ସୁଧାଂଶୁ ଶେଖର ଦେଓ ସଦସ୍ୟ ଭାବେ ବିଧାୟକ ସାଗର ଚରଣ ଦାସ,ବିଧାୟକ ସତ୍ୟଜିତ ଗମାଙ୍ଗୋ,ପୁର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ, ଅଧକ୍ଷ ଅନୁସୂଚିତ ଜାତି ବିଭାଗ ମାନସ ମଲିକ,ପୁର୍ବତନ ଯାଜପୁର ଲୋକସଭା ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ମାଗୁଣି ଜେନା , ପିନାକୀ ଦାସ ପ୍ରମୁଖ ମନୋନୀତ ହୋଇଛନ୍ତି।
 

Leave a Reply

Your email address will not be published. Required fields are marked *